ବିଧାନସଭାରେ ଉଠିଲା ଭାଇରାଲ ଅଡ଼ିଓ ପ୍ରସଙ୍ଗ : ପ୍ରମିଳା କହିଲେ ଛୋଟିଆ କଥା

ଭୁବନେଶ୍ୱର : ବିଧାନସଭାରେ ଆଜି ଚାନ୍ଦବାଲି ବିଧାୟକଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ ଉଠିଛି। ଏହି ଘଟଣାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଏଇଟା ଗୋଟେ ଛୋଟିଆ କଥା। ଏହାକୁ ବିରୋଧୀ ଦଳ ନେତା ଗୃହରେ ଉଠାଇବା ମୋ ମତରେ ଉଚିତ ନୁହେଁ।

ବୁଧବାର ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚାନ୍ଦବାଲି ବିଧାୟକଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ ଏହି ଭାଇରାଲ ଅଡ଼ିଓରୁ ଜଣାପଡୁଛି ରାଜ୍ୟରେ ଶାସନ କେମିତି ଚାଲିଛି। ଶାସକ ଦଳର ନେତା ପୋଲିସକୁ ଧମକାଉଛନ୍ତି। ଏହାର ନିରପେକ୍ଷ ତଦନ୍ତ ହେଉ। ବିଧାୟକମାନେ ଯେମିତି ନିଜ ଆଚରଣରେ ଶାଳୀନତା ରଖିବେ ସେଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ଅନ୍ୟପକ୍ଷରେ ବିଧାୟକ ବ୍ୟୋମକେଶ ରାୟ କହିଥିଲେ ପୋଲିସ ବାବୁ ଜଣକ ଗରିବ ଲୋକଙ୍କୁ ହଇରାଣ କରୁଥିଲେ। ଟଙ୍କା ତେଣୁ ମୁଁ ଫୋନ୍ କରିଥିଲି। ମୋର କଥାବାର୍ତ୍ତାକୁ ବିଭ୍ରାନ୍ତି କରି ଦେଖାଯାଉଛି। ଯଦି ବାଚସ୍ପତି ଚାହିଁବେ ପୂରା ଅଡିଓ ଟେପକୁ ଗୃହରେ ଉପସ୍ଥାପନ କରିବି। କାହାକୁ କେମିତି ବ୍ୟବହାର କରାଯିବ ତାହା ମତେ ଶିଖାଇବା ଦରକାର ନାହିଁ ବୋଲି ସେ କରିଥିଲେ।

ସୂଚନାଯୋଗ୍ୟ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲ୍ଲାର ବାଂଶଡ଼ା ଥାନା ଏଏସଆଇ ଗୁରୁଚରଣ ବେହେରାଙ୍କ ସହିତ ବାର୍ତ୍ତାଳପର ଏକ ଅଡ଼ିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇ ଥିଲା।

Leave a Reply

Your email address will not be published. Required fields are marked *

Back to top button