ବିଧାନସଭା ଡକାଇବା ଦାବିରେ ରାଜଭବନ ଘେରିଲେ ଗେହଲଟ୍‌ଙ୍କ ସମର୍ଥକ

ଜୟପୁର : ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ପ୍ରତି ବିପଦ ଆଶଙ୍କା କରୁଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍‌। ସରକାରଙ୍କୁ ବଞ୍ଚାଇବା ପାଇଁ ସେ ଏତେ ବିବ୍ରତ ଯେ ବିଧାନସଭା ଅଧିବେଶନ ଡକାଇବାକୁ ରାଜ୍ୟପାଳଙ୍କ ଉପରେ ଚାପ ପ୍ରୟୋଗ ସୃଷ୍ଟି କରିଛନ୍ତି। ପ୍ରଥମେ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ବୋଲି କଟାକ୍ଷ କରିଥିଲେ। ପରେ ଧମକ ଦେଲେ ଯଦି ତୁରନ୍ତ ଅଧିବେଶନ ନ ଡାକିଲେ ସାଧାରଣ ଜନତା ରାଜଭବନକୁ ଘେରାଉ କରିବେ। ଏଥିପାଇଁ ସରକାର ଦାୟୀ ରହିବେ ନାହିଁ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ଏସବୁ କଥାକୁ ରାଜ୍ୟପାଳ କାଲରାଜ ମିଶ୍ର ଗୁରୁତ୍ଵ ନଦେଇ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ତେଣୁ ଗେହଲଟ୍‌ ବିଚଳିତ ହୋଇପଡିଥିବା ବେଳେ ରିସୋର୍ଟରେ ଏକଜୁଟ କରି ରଖିଥିବା ସମର୍ଥକ ବିଧାୟକମାନଙ୍କ ମାଧ୍ୟମରେ ରାଜଭବନକୁ ଘେରାଉ କରିଛନ୍ତି। ବିଧାୟକମାନେ ରାଜଭବନ ଲନ୍‌ରେ ବସି ରାଜ୍ୟପାଳଙ୍କ ବିରୋଧରେ ନାରାବାଜି ଚଳାଇଥିବା ଦେଖାଯାଇଛି।

ମତାମତ ଦିଅନ୍ତୁ ।