Breaking Newsରାଜ୍ୟ
ବିଧାନସଭା ହେଲା ସଟଡାଉନ୍

ଭୁବନେଶ୍ୱର : ଓଡିଶା ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ ପଜିଟିଭ ଚିହ୍ନଟ ପରେ ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଶନି ଓ ରବିବାର ଶଟଡାଉନ୍ ଥିବାରୁ ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି।