ବିଧାୟକ ଦେବୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର : ବଡ଼ମ୍ବା ବିଧାୟକ ଦେବୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ତାଙ୍କର ଫେସ୍‌ବୁକ୍‌ରେ ପୋଷ୍ଟରେ ଲେଖିଛନ୍ତି ଏବେ ସଂକ୍ରମଣର କୌଣସି ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା ଓ ଅକ୍‌ସସିଜେନ୍ ଲେଭଲ ମଧ୍ୟ ଠିକ ରହିଛି। ତେବେ ସେ ଡାଇବେଟିସ୍‌ରେ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛି। ସେ ଲେଖିଛନ୍ତି ମୋଟାମୋଟି ମୋର ସ୍ୱାସ୍ଥ୍ୟ ଠିକ୍ ଅଛି। ମୁଁ ଜରୁରୀ କାମକୁ ଟେଲିଫୋନ୍‌ କନ୍ଫରେନ୍ସ ଜରିଆରେ କରୁଛି ଓ କରିବି। କିନ୍ତୁ ବର୍ତ୍ତମାନ କିଛିଦିନ ପାଇଁ ଛୋଟ କଥାରେ ଯୋଗାଯୋଗ ନକରିବାକୁ ଅନୁରୋଧ।

ମତାମତ ଦିଅନ୍ତୁ ।