ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକଙ୍କ ନାଁରେ ମାମଲା

ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ୧୦ ଜଣ ସମର୍ଥକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଟାଉନ ଥାନାରେ ଦିଆଯାଇଥିବା ଏତଲାରେ କୋଭିଡ ମାର୍ଗଦର୍ଶିକା ଉଲ୍ଲଂଘନ ସହ ପୁଲିସ ଅଧିକାରୀଙ୍କ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ହୋଇଛି।

ଖବର ଅନୁସାରେ ମଙ୍ଗଳବାର ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକ ବିଭିନ୍ନ ଦାବି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ କୋଭିଡ-୧୯ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଗଷ୍ଟ ୩୧ ଯାଏଁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ହେଲେ ବିଧାୟକମାନେ କଟକଣା ନିୟମ ଭାଙ୍ଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ମତାମତ ଦିଅନ୍ତୁ ।