ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତଙ୍କୁ କରୋନା

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯାଇଛି।

ଖବର ଅନୁଯାୟୀ ଗତକାଲି ଝାରପଡ଼ା ଜେଲ୍‌ରେ ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବାରୁ ସମସ୍ତଙ୍କୁ ଆଇସୋଲେସନ୍‌ କରି ରଖାଯାଇଛି। ସେମାନଙ୍କ ମଧ୍ୟରେ ପାଣିଗ୍ରାହୀ ଓ ପାଠକ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *

Back to top button