ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ଗୁଳିକାଣ୍ଡ

ଭୋପାଲ : ବିଜେପି ବିଧାୟକଙ୍କ ଜନ୍ମ ପାର୍ଟିରେ ଗୁଳୁକାଣ୍ଡ। ଜଣେ ଗୁଳିମାଡ଼ରେ ଓ ଆଉ ଜଣଙ୍କୁ କିଛି ଲୋକେ ପିଟିପିଟି ମାରି ଦେଇଛନ୍ତି। ଏହଭଳି ଘଟଣା ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ବନୱର ଗାଁରେ ଘଟିଛି।

ଖବର ଅନୁଯାୟୀ ଶୁକ୍ରବାର ରାତିରେ ଜାବେରାର ବିଜେପି ବିଧାୟକ ଧର୍ମେନ୍ଦ୍ର ସିଂହ ଲୋଧିଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଥିଲା। ପାର୍ଟିରେ ଯୋଗଦେଇଥିବା କିଛି ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଦୁଇ ଜଣଙ୍କର ମୃତ୍ୟ ହୋଇଥିବା ସ୍ଥାନୀୟ ଏସ୍‌ପି ହେମନ୍ତ ଚୌହାନ କହିଛନ୍ତି। ତାଙ୍କ ସୂଚନା ହେଲା ମୃତକ ଦ୍ୱୟ ହେଲେ ଯୋଗେନ୍ଦ୍ର ସିଂହ ଓ ଅରବିନ୍ଦ ଝା। ଯୋଗେନ୍ଦ୍ର ଗୁଳି ମାଡ଼ରେ ପ୍ରାଣ ହରାଇଥିବା ବେଳେ ଅରବିନ୍ଦଙ୍କୁ କିଛି ଲୋକ ପଥର, କାଠ ଫାଳିଆ ଓ ରଡ୍‌ରେ ପିଟିପିଟି ହତ୍ୟା କରିଛନ୍ତି। ଘଟଣା ବେଳେ ବିଧାୟକ ଉପସ୍ଥିତ ନଥିଲେ। ସଂଘର୍ଷର କାରଣ ସମ୍ପର୍କରେ ହେମନ୍ତ ଚୌହାନ କିଛି କହିନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button