ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ବିଏମ୍‌ସିର ଗାଇଡଲାଇନ

ଭୁବନେଶ୍ଵର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ଭବନେଶ୍ଵର ମହାନଗର ନିଗମ ଆଜି ଗାଇଡଲାଇନ ଜାରି କରିଛି। ଏହାକୁ ବିଏମ୍‌ସି ଅଧିନ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଜୁନିଅର କଲେଜ୍ ଓ ଡିଗ୍ରି କଲେଜ ପାଳନ କରିବେ।

ବୁଧବାର ବିଏମ୍‌ସି ଜାରି କରିଥିବା ଗାଇଡଲାଇନ ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଶେଷ ‌ହୋଇଯାଇଛି କିମ୍ବା ପରୀକ୍ଷା ଦେବାର ନାହିଁ ସେମାନେ ଯଥାଶୀଘ୍ର ହଷ୍ଟେଲ ପରିସର ଖାଲି କରିବେ। ଏଥିପାଇଁ ପିଲାମାନଙ୍କ ଅଭିଭାବକମାନଙ୍କୁ ସୂଚନା ଦେବେ ପ୍ରତିଷ୍ଠାନର କର୍ତ୍ତୃପକ୍ଷ। ସେହିପରି ଯେଉଁ ପିଲାମାନଙ୍କର ପରୀକ୍ଷା ନିକଟରେ ନାହିଁ ସେମାନେ ମଧ୍ୟ ହଷ୍ଟେଲ ପରିସର ଛାଡିବେ। ପରୀକ୍ଷା ସମୟରେ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ସୂଚନା ପ୍ରଦାନ ଦେବେ ବୋଲି କୁହାଯାଇଛି।

ଏହାବ୍ୟତୀତ ଆହୁରି କୁହାଯାଇଛି ହଷ୍ଟେଲ ପରିସରେ ଯେଉଁମାନେ ପରୀକ୍ଷା ପାଇଁ ରହିବାକୁ ଚାହୁଁଛନ୍ତି ସେମାନେ ଗୋଟିଏ କୋଠରୀରେ ରହି କୋଭିଡ ନିୟମ କଡ଼ାକଡ଼ି ପାଳନ କରିବେ। ସବୁବେଳେ ଠିକ୍‌ଭାବେ ମାସ୍କ ପିନ୍ଧବା, ସାମାଜିକ ଦୂରତ୍ଵ ପାଳନ ସହିତ ମେସ୍‌, କମନ୍‌ରୁମ୍‌ ଓ କରିଡରରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି। ଯଦି ଛାତ୍ରଛାତ୍ରୀମାନେ କୋଭିଡ-୧୯ ଗାଇଡଲାଇନ୍‌ ଉଲ୍ଲଂଘନ କରୁଛନ୍ତି ତେବେ ଏଥିପାଇଁ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ଦାୟୀ ହେବେ ବୋଲି ଗାଇଡଲାଇନରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button