ବିଦ୍ୟୁତ ଆଘାତରେ ଶ୍ୱଶୁର-ବୋହୂଙ୍କ ମୃତ୍ୟୁ

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଠଙ୍ଗପଡ଼ା ଗାଁରେ ଅଘଟଣ। ବିଦ୍ୟୁତ ଆଘାତରେ ଆଜି ଶ୍ୱଶୁର ଓ ବୋହୂଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ବୋହୂ ସୁମିତ୍ରା ମଣ୍ଡିକା।

ଖବର ଅନୁଯାୟୀ ଇଲେକ୍ଟ୍ରି ବୋର୍ଡରୁ ଆସିଥିବା ତାର ଯୋଗୁ ଡାଉଣୀଙ୍କ ଘର ଭିତର ଏକ କବାଟରେ ଚାର୍ଜ ହୋଇ ଯାଇଥିଲା। ଆଜି ସକାଳେ ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ବୋହୂ ସୁମିତ୍ରା ବିଦ୍ୟୁତ୍‌ ଆଘାତ ପାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମତାମତ ଦିଅନ୍ତୁ ।