ବିଏମସି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ବିରୋଧରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେ ଅଭିଯୋଗ କରିଛନ୍ତି ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଉଦାସୀନ ଓ ଦାୟିତ୍ୱହୀନ ଆଚରଣ ଦେଖାଉଛି। କରୋନା ମହାମାରୀ ସମୟରେ ଏହା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ।

ନିରଞ୍ଜନ ଲେଖିଛନ୍ତି ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ। ସେ ରାଜନୈତିକ ଦୃଷ୍ଟିକୋଣରୁ ଏହି ପତ୍ର ଲେଖିନାହାନ୍ତି। କିନ୍ତୁ ଭୁବନେଶ୍ୱରର ନାଗରିକ ହିସାବରେ ସହରବାସୀଙ୍କ ମତ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ଶ୍ରେଣୀ ଓ ବର୍ଗ ନିର୍ବିଶେଷରେ ସମସ୍ତେ ଏଥିପାଇଁ କ୍ଷୁବ୍ଧ। ନବୀନବାବୁ ଯାହାକୁ ପଚାରିଲେ ସତ ଜାଣିପାରିବେ। ତେଣୁ ସ୍ଥିତିର ସମୀକ୍ଷାପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ସ୍ୱାଭାବିକ ସମୟ ହୋଇଥିଲେ ଲୋକଙ୍କ ରାଗ ଆନ୍ଦୋଳନର ରୂପ ନେଇଥାନ୍ତା। ବାର୍ତ୍ତମାନର ପରିସ୍ଥିତି ଭିନ୍ନ ହୋଇଥିବାରୁ ଲୋକେ ସହି ଯାଉଛନ୍ତି। ସେ ଆଶା କରୁଛି ମୁଖ୍ୟମନ୍ତ୍ରୀ ପୁରା ସ୍ଥିତିର ବିଚାର କରି ବୀହିତ କାର୍ଯ୍ୟାନୁଷ୍ଠାନ ନେବେ। ଚିଠିରେ ନିରଞ୍ଜନ ୭ଟି ବିଷୟ ଉପରେ ଗୁରୁତ୍ଵ ଦେବାକୁ ଲେଖିଛନ୍ତି।

ମତାମତ ଦିଅନ୍ତୁ ।