ବିଏସ୬ ମଡେଲ ଗୁଡିକ ସହ ଜାୱା ଚାଳନା ଅନୁଭୂତି ପରିବର୍ଦ୍ଧିତ


ପୁଣେ : କ୍ଲାସିକ ଲେଜେଣ୍ଡ୍‍ସ ପ୍ରାଇଭେଟ ଲିମିଟେଡ ଜାୱା ଓ ଜାୱା ୪୨ର ବିଏସ୬ ମଡେଲ ଯୋଗାଣ ସମଗ୍ର ଦେଶରେ ଥିବା ଏହାର ଡିଲରସିପ୍‍ ଗୁଡିକ ଜରିଆରେ ଆରମ୍ଭ କରିଛି। ଉଭୟ ମଡେଲ ପ୍ରଦର୍ଶନ, ଟେଷ୍ଟ ରାଇଡ ଓ ବୁକିଂ ନିମନ୍ତେ ସମସ୍ତ ଜାୱା ଡିଲରସିପରେ ଉପଲବ୍ଧ ହେଉଛି। ଜାୱା ଓ ଜାୱା ୪୨ରେ ୨୯୩ ସିସି, ଲିକ୍ୱିଡ କୁଲ୍‍ଡ, ସିଙ୍ଗଲ ସିଲିଣ୍ଡର, ଡିଓଏଚ୍‌ସି ଇଞ୍ଜିନ ଖଞ୍ଜାଯାଇଛି। ଉଭୟ ବାଇକରେ ଭାରତର ପ୍ରଥମ କ୍ରସପୋର୍ଟ ଟେକ୍‍ନୋଲୋଜିକୁ ସନ୍ନିବେଶିତ କରାଯାଇଛି। ଯାହା ଚାର୍ଜ ଓ ନିର୍ଗମନ ଗ୍ୟାସ ଗୁଡିକ ଉନ୍ନତ ପ୍ରବାହକୁ ସମର୍ଥ କରାଇ ଇଞ୍ଜିନର ସାମର୍ଥ୍ୟ ବୃଦ୍ଧି ଘଟାଇବା ସହିତ ଶକ୍ତି ଓ ଟର୍କ ଉତ୍ପାଦନରେ ଉନ୍ନତି ସାଧନ କରୁଛି।

ଏହି ଇଞ୍ଜିନ ବିଶ୍ୱର ପ୍ରଥମ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଯାହା କ୍ରସପୋର୍ଟ ସଂରଚନାକୁ ବ୍ୟବହାର କରୁଛି। ଗ୍ରାହକଙ୍କୁ ସମାନ ଉନ୍ନତ ଚାଳନା ଅନୁଭୂତି ପ୍ରଦାନ ନିମନ୍ତେ ବିଏସ୪ ସଂରଚନା ସହିତ ତତ୍ତୁଲ୍ୟ ଶକ୍ତି ଓ ଟର୍କ ବିକଶିତ କରୁଛି। ଏହି ପ୍ରଯୁକ୍ତି ମୋଟରସାଇକେଲକୁ ସେମାନଙ୍କର ଟ୍ୱିନ ଏକ୍‍ଜଷ୍ଟ ପରିଚିତି ବୈଶିଷ୍ଟ୍ୟ ବଜାୟ ରଖିବା ସହ ସମାନ ଶକ୍ତି ଓ ଟର୍କ ପ୍ରଦାନ କରିବା ଅବସରରେ ବିଏସ୬ ନିର୍ଗମନ ମାନକୁ କଡାକଡି ଭାବେ ପାଳନ କରିବାରେ ସହାୟକ ହେଉଛି। ସିଙ୍ଗଲ ସିଲିଣ୍ଡର ଇଞ୍ଜିନରେ ବିଶ୍ୱର ପ୍ରଥମ କ୍ରସପୋର୍ଟ ସଂରଚନା ସହିତ ଜାୱାର ନୂଆକରି ସ୍ଥାପନ କରାଯାଇଥିବା ଲାମ୍ବଡା ସେନ୍‍ସର ଯେକୌଣସି ସଡକ ପରିସ୍ଥିତି ନିର୍ବିଶେଷରେ ନିରନ୍ତର ପ୍ରଦର୍ଶନ ଓ ପରିଷ୍କୃତ ନିର୍ଗମନ ପ୍ରଦାନ ସକାଶେ ଅଧିକ ଦକ୍ଷତାର ସହିତ ଆଭ୍ୟନ୍ତରୀଣ ଏବଂ ବାହ୍ୟ ପରିବର୍ତ୍ତନଶୀଳତାକୁ ନିରୀକ୍ଷଣ କରୁଛି। ଉନ୍ନତ ଇନ୍ଧନ ଯୋଗାଣ ଜରିଆରେ ସାମାନ୍ୟତମ ଇନ୍‍ପୁଟରେ ମଧ୍ୟ ଥ୍ରୋଟଲକୁ ସମ୍ବେଦୀ ହେବାପାଇଁ ଅଧିକ କ୍ରିୟାଶୀଳ କରାଯାଇଛି।

ଏକ ନୂତନ ସିଟ୍‍ପ୍ୟାନ ଏବଂ ଗଦିଦ୍ୱାରା ଦୀର୍ଘ ଚାଳନା ସମୟରେ ଅଧିକ ଆରାମ ପ୍ରଦାନ ପାଇଁ ସିଟ୍‍ର ପୁନଃବ୍ୟବସ୍ଥାପନା କରାଯାଇଛି । କସ୍‍ମେଟିକ ବିଭାଗରେ କ୍ରୋମ ପ୍ଳେଟିଂ ସମ୍ପ୍ରତି ଶିଳ୍ପର ମାନଠାରୁ ଅଢେଇଗୁଣ ଅଧିକ କଠୋର ପରୀକ୍ଷଣ ସମର୍ଥନ ସହିତ ଆସୁଛି । ଉଭୟ ଜାୱା ମଡେଲଏହି ଶ୍ରେଣୀରେସର୍ବୋତ୍ତମ ବ୍ରେକିଂ ବ୍ୟବସ୍ଥାକଣ୍ଟିନେଣ୍ଟାଲ ଏବିଏସ୍‌ (ସିଙ୍ଗଲ ଓ ଡୁଆଲ ଚାନେଲ୍‌)ସହିତ ଆସୁଛି, ଯାହା ସ୍ୱଳ୍ପତମ ଦୂରତାରେ ବ୍ରେକିଂ ସୁବିଧା ଏବଂ ତାହାର ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ସର୍ବୋତ୍ତମ ନିୟନ୍ତ୍ରଣପ୍ରଦାନ କରୁଛି। ଏଥିସହିତ ହର୍ଣ୍ଣର ଟୋନ୍‍ ଠାରୁ ଅତି ହାଲ୍‍କା ଗିଅର ସିଫ୍ଟ ପର୍ଯ୍ୟନ୍ତ ଅନେକ କିଛି ପରିବର୍ତ୍ତନ କରାଯାଇଛି । ମୋଟରସାଇକେଲଗୁଡିକ ସହଜ ଫାଇନାନ୍ସ ବିକଳ୍ପରେ ମଧ୍ୟ ଉପଲବ୍ଧ ହେଉଛି, ଯାହା ତତ୍‍କ୍ଷଣାତ ଖର୍ଚ୍ଚକୁ ସର୍ବନିମ୍ନ ସ୍ତରରେ ରଖିବା ସହିତ ଗ୍ରାହକଙ୍କୁ ମାସିକ ସହଜ କିସ୍ତିରେ ଦୁଇ ଅଥବା ତିନିବର୍ଷରେ ପରିଶୋଧ କରିବାର ନମନୀୟତା ପ୍ରଦାନ କରୁଛି।

ମତାମତ ଦିଅନ୍ତୁ ।