ବିଏସଏନଏଲ ଗ୍ରାହକଙ୍କୁ ମିଳିବ ମାଗଣାରେ ୨୫ ପ୍ରତିଶତ ଡାଟା

ନୂଆଦିଲ୍ଲୀ : ୨୦୦୦ ମସିହା ଅକ୍ଟୋବର ପହିଲାରେ ଆରମ୍ଭ ହୋଇଥିବା ବିଏସଏନଏଲର ଇତି ମଧ୍ୟରେ ୨୦ ବର୍ଷ ପୂରଣ କରିଛି। ଏହି ଅବସରରେ ସରକାରୀ ଟେଲିକମ୍ କମ୍ପାନି ଗ୍ରାହକଙ୍କ ପାଇଁ ଘୋଷଣା କରିଛି ବିଶେଷ ଉପହାର। ଚଳିତ ମାସରେ ବିଏସଏନଏଲ ଗ୍ରାହକଙ୍କୁ ମିଳିବ ମାଗଣାରେ ୨୫ ପ୍ରତିଶତ ଡାଟା। ଏହି ଅଫରର ଫାଇଦା ବିଏସଏନଏଲ ଗ୍ରାହକ ଉଠାଇ ପାରିବେ।

ଟେଲିକମ୍ ଟକ୍ ରିପୋର୍ଟ ଅନୁଯାୟୀ ବିଏସ୍ଏନ୍ଏଲ୍ ଅକ୍ଟୋବର ମାସକୁ “କଷ୍ଟମର ଡିଲାଇଟ ମନ୍ଥ” ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଗ୍ରାହକଙ୍କୁ ସର୍ବୋତ୍ତମ ସେବା ପ୍ରଦାନ ନିମନ୍ତେ କମ୍ପାନି ଏହି କାର୍ଯ୍ୟକ୍ରମ ଅଧୀନରେ ଅନେକ ପ୍ଲାନ ପ୍ରସ୍ତୁତ କରିଛି। ବିଏସଏନଏଲ ସମଗ୍ର ଭାରତରେ ନୂତନ ଭାରତ ଫାଇବର ପ୍ଲାନ୍ ଲଞ୍ଚ କରିଛି। ଯାହାଦ୍ଵାରା ଅଧିକ ସ୍ପିଡ ଡାଟା ମିଳିବ।

ନୂତନ ଭରତ ଫାଇବର ପ୍ଲାନରେ ଫାଇବର ବେସିକ, ଫାଇବର ଭେଲ୍ୟୁ, ଫାଇବର ପ୍ରିମିୟମ ଓ ଫାଇବର ଅଲଟ୍ରା ଅନ୍ତର୍ଭୁକ୍ତ ରହିଛି। ନିଜ ଗ୍ରାହକ ସଂଖ୍ୟାକୁ ବଜାୟ ରଖିବା ସହିତ ନୂତନ ଗ୍ରାହକଙ୍କୁ ଯୋଡିବା ନୂଆ ପ୍ଲାନର ଉଦ୍ଦେଶ୍ୟ। ସେଥିପାଇଁ ଅଫର ବୈଧତା ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ରହିଥିବା କୁହାଯାଇଛି।

ମତାମତ ଦିଅନ୍ତୁ ।