ବିଏସଏନଏଲ ଟାୱାର ପୋଡିଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଏକ ବିଏସଏନଏଲ ମୋବାଇଲ ଟାୱାରକୁ ମାଓବାଦୀ ପୋଡି ଦେଇଛନ୍ତି। ପ୍ରାୟ ୧୫ ଜଣ ସଶସ୍ତ୍ର ନକ୍ସଲ ଏହି କାଣ୍ଡ ଘଟାଇବା ସହିତ ରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସକାଳେ ସିଆରପିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି। ମାଲକାନଗିରି ମୋଟୁ ସୀମାଠାରୁ ମାତ୍ର ଦୁଇ କିଲୋମିଟର ଦୂର ଜାତୀୟ ରାଜପଥ ମାଓବାଦୀମାନେ ଅବରୋଧ ଥିବା କାରଣରୁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।