ବିହାର : ମନ୍ତ୍ରିମାନଙ୍କୁ ବିଭାଗ ବାଣ୍ଟିଲେ ନୀତୀଶ କୁମାର

ପାଟନା : ବିହାରର ସପ୍ତମ ଥର ମୁଖ୍ୟମନ୍ତ୍ରୀ ଭାବେ ଗତାକଲି ଶପଥ ଗ୍ରହଣ କରିଥିଲେ ଜନତା ଦଳ- ୟୁନାଇଟେଡ୍ (ଜେଡି-ୟୁ) ମୁଖ୍ୟ ନୀତୀଶ କୁମାର। ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଖରେ ରହିଛି ଗୃହ, ସାଧାରଣ ପ୍ରଶାସନ, କ୍ୟାବିନେଟ୍, ଭିଜିଲାନ୍ସ, ନିର୍ବାଚନ ଓ ଅନ୍ୟ ସମସ୍ତ ବିଭାଗ। ଏସବୁ ବିଭାଗ ବଣ୍ଟନ କରାଯାଇ ନାହିଁ। ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ସିଂଙ୍କୁ ଅର୍ଥ, ବାଣିଜ୍ୟିକ କର, ପରିବେଶ ଏବଂ ଜଙ୍ଗଲ, ସୂଚନା ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟାୟ ପରିଚାଳନା, ସହରୀ ବିକାଶ ବିଭାଗ ମିଳିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ପଞ୍ଚାୟତିରାଜ, ପଛୁଆ ଜାତିର ଉନ୍ନତି ଏବଂ ଇବିସି କଲ୍ୟାଣ, ଶିଳ୍ପ ବିଭାଗ ଦିଆଯାଇଛି।

ସେହିପରି ବିଜୟ ଚୌଧୁରୀଙ୍କୁ ଗ୍ରାମୀଣ ଇଞ୍ଜିନିୟରିଂ , ଗ୍ରାମ୍ୟ ଉନ୍ନୟନ , ଜଳ ସମ୍ପଦ, ସୂଚନା ଏବଂ ପ୍ରସାରଣ, ସଂସଦୀୟ କାର୍ଯ୍ୟ ବିଭାଗ, ବିଜେନ୍ଦ୍ର ଯାଦବ-ଶକ୍ତି, ଯୋଜନା, ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ବିଭାଗ ଓ ମେୱା ଲାଲ ଚୌଧୁରୀଙ୍କୁ ଶିକ୍ଷା ବିଭାଗ ମିଳିଛି। ଏହାଛଡା ଶିଲା କୁମାରୀ- ପରିବହନ, ସନ୍ତୋଷ ମାଞ୍ଜୀ-କ୍ଷୁଦ୍ର ଜଳସେଚନ, ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି କଲ୍ୟାଣ, ମୁକେଶ ସାହନୀ-ପଶୁପାଳନ ଏବଂ ମତ୍ସ୍ୟଚାଷ, ମଙ୍ଗଲ ପାଣ୍ଡେ-ସ୍ୱାସ୍ଥ୍ୟ, ସଡକ ଏବଂ କଳା ଓ ସଂସ୍କୃତି, ଅମରେନ୍ଦ୍ର ସିଂ-କୃଷି, ସମବାୟ ସମିତି, ରାମପ୍ରୀତ୍ ସିଂ-ଜନସ୍ଵାସ୍ଥ୍ୟ, ଜୀବେଶ କୁମାର-ପର୍ଯ୍ୟଟନ, ଶ୍ରମ ଓ ଖଣି ଏବଂ ରାମ ସୂରତଙ୍କୁ ମିଳିଛି ରାଜସ୍ବ ଓ ଆଇନ ବିଭାଗ।

ମତାମତ ଦିଅନ୍ତୁ ।