ବିଜୟ ଶୋଭାଯାତ୍ରା କରିପାରିବେନି ବିଜୟୀ ପ୍ରାର୍ଥୀ

ନୂଆଦିଲ୍ଲୀ : ଆସନ୍ତା ମେ’ ୨ ତାରିଖରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର ନିର୍ବାଚନ ଗଣତି ହେବ। କିନ୍ତୁ ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରା କରିପାରିବେ ନାହିଁ। ଏହା ଉପରେ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି। ଏନେଇ ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଜଣାପଡିଛି।

ସାଧାରଣତଃ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ପ୍ରାର୍ଥୀ ଓ ଦଳମାନେ ବିଜୟ ଶୋଭାଯାତ୍ରା କରନ୍ତି। ଏଥିରେ ବହୁ ସଂଖ୍ୟାରେ ସମର୍ଥକ ଓ କର୍ମୀ ଏକାଠି ହୁଅନ୍ତି। ଏପରି କଲେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ନିର୍ବାଚନ କମିଶନ ଶୋଭାଯାତ୍ରା ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବା ପାଇଁ ମାଡ୍ରାସ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଗତକାଲି ଦାୟୀ କରି ଭର୍ତ୍ସନା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button