ବିଜେଡି ନେତାଙ୍କ ଚିନ୍ତା କରୁଥିବା ଧର୍ମେନ୍ଦ୍ରଙ୍କୁ ମିଳିଲା ଉଚିତ ଜବାବ

0

ଭୁବନେଶ୍ୱର : ଡ. ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ସେହି କାର୍ଯ୍ୟକ୍ରମରେ ଟେକାଟେକି ନ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭର୍ତ୍ତୃହରି ମହତାବ ଉଭୟ ଉଭୟଙ୍କୁ ପ୍ରଶଂସା କରିଥିଲେ। ଗତକାଲି ‘ପ୍ରଜାତନ୍ତ୍ର’ ବିଷୁବ ମିଳନ ଉତ୍ସବରେ ଧର୍ମେନ୍ଦ୍ରଙ୍କର ପୁଣି ସେଇ କଥା ମନେ ପଡିଛି। ସେ କହିଛନ୍ତି ଭର୍ତ୍ତୃହରିଙ୍କ ଭଳି ସୁଯୋଗ୍ୟ ନେତାଙ୍କୁ ବିଜେଡ଼ି କ’ଣ ପାଇଁ ଏବେ ଗୁରୁତ୍ୱ ଦେଉନି ତାହା ମୋତେ ଆଶ୍ଚର୍ଯ୍ୟ କରୁଛି।

ମଙ୍ଗଳବାର ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ ଏହାର ଉତ୍ତର ରଖି ଧର୍ମେନ୍ଦ୍ରଙ୍କୁ ବୁଝାଇ ଦେଇଛନ୍ତି। ଆଉ ସେ ଦ୍ଵନ୍ଦ୍ଵରେ ରହିବେ। ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି ପ୍ରଣବ ପ୍ରକାଶ ଟ୍ୱିଟରେ ଲେଖିଛନ୍ତି ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୁରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।

ପ୍ରଣବ ପ୍ରକାଶଙ୍କ ଏହି ଟ୍ୱିଟ୍ ଏବେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ବିଜେପି ରାଜନୀତିରେ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ସ୍ଥିତି କ’ଣ ତାହା ସମସ୍ତେ ଅବଗତ। ନିଜ ଦଳର ବରିଷ୍ଠ ନେତାଙ୍କ ଜ୍ଞାନ ସମ୍ପର୍କରେ ଚିନ୍ତା ନକରି ଅନ୍ୟଦଳର ନେତାଙ୍କ ଗୁଣଗାନ କରିବାକୁ ଲୋକେ ପସନ୍ଦ କରୁନାହାନ୍ତି। ଯାହାକି ‘କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ’ ଭଳି କଥା। ଆହୁରି ମଧ୍ୟ ଲୋକେ କହୁଛନ୍ତି କେବଳ କେନ୍ଦ୍ରୀୟ ନେତା ଆଡଭାନୀ କିମ୍ବା ଯୋଶୀ ନୁହଁନ୍ତି ରାଜ୍ୟର ବରିଷ୍ଠ ବିଜେପି ନେତାଙ୍କ ସ୍ଥିତି ବିଷୟରେ ଧର୍ମେନ୍ଦ୍ର ଚିନ୍ତା କରନ୍ତୁ। ଗୋଡାଣିଆ ସବୁବେଳେ ଗୁଣଗାନ କରିବେନି। ଆଗକୁ ଆଉ କାହାର ସମୟ ଆସିବ।

Leave A Reply

Your email address will not be published.