ବିଜେଡ଼ିର ମହିଳା ସମାବେଶ : ମା’ମାନେ ଜନ୍ମରୁ ନେତା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମହିଳାଙ୍କ ଉନ୍ନତି ପାଇଁ ବିଜୁବାବୁ କାମ କରୁଥିଲେ। ଏହାକୁ ଆମେ ଆଗକୁ ନେଉଛୁ। ମହିଳାଙ୍କୁ ସଶକ୍ତ କରିବାକୁ ବିଜେଡି ଉଦ୍ୟମ ଜାରି ରଖିଛି। ସେ କହିଲେ ମା’ମାନେ ଜନ୍ମରୁ ନେତା। ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର ଶକ୍ତି ଅଛି। ମା’ ମାନଙ୍କ ଉନ୍ନତି ପାଇଁ ବିଜେଡିର ଲଢେଇ ଜାରି ରହିବ। ପୌର ଓ ପଞ୍ଚାୟତରେ ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ବିଜେଡି ସଂସଦରେ ୩୩ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମାବେଶରେ ମହିଳାଙ୍କ ପାଇଁ ବିଜୁ ପଟ୍ଟନାୟକଙ୍କ ପଦକ୍ଷେପ ଓ ମହିଳାଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କାରାଯାଇଛି। ମିସନ ଶକ୍ତିକୁ ନୂଆ ବିଭାଗ କରିବା, କୋଭିଡ ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଓ ୫-ଟିର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ସମାବେଶରେ ମନ୍ତ୍ରୀ ଟୁକୁନି ସାହୁ, ପ୍ରମିଳା ମଲ୍ଲିକ ଓ ବହୁ ନେତୃବୃନ୍ଦଙ୍କ ସହ ତୃଣମୂଳ ସ୍ତରର କର୍ମକର୍ତ୍ତା ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button