ବିଜେପି ବିଧାୟକଙ୍କ ସହଯୋଗୀ ଗୁଳିରେ ଜଣଙ୍କ ଜୀବନ ଗଲା

ବଲିଆ : ଉତ୍ତର ପ୍ରଦେଶର ବଲିଆରେ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଘଟିଛି ହତ୍ୟାକାଣ୍ଡ। ବିଜେପି ବିଧାୟକ ସୁରେନ୍ଦ୍ର ସିଂହଙ୍କ ଘନିଷ୍ଠ ସହଯୋଗୀ ଧୀରେନ୍ଦ୍ର ସିଂହ ୪୬ ବର୍ଷୀୟ ଜୟପ୍ରକାଶଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ବିବାଦ ତୀବ୍ର ହେବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁଳିକାଣ୍ଡ ସମୟରେ ଉପସ୍ଥିତ ସରକାରୀ ଅଧକାରୀଙ୍କୁ ନଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାସନ ସାମଗ୍ରୀ ଦୋକାନ ବଣ୍ଟନ ପାଇଁ ହୋଇଥାନ୍ତା ବୈଠକ। ଏହାକୁ ସରକାରୀ ଅଧିକାରୀମାନେ ବାତିଲ କରିବାରୁ ଦୁର୍ଜନପୁର ଗାଁରେ ଏହାକୁ ନେଇ ଆଲୋଚନା ହେଉଥିବା ବେଳେ ଧୀରେନ୍ଦ୍ର ଓ ଜୟପ୍ରକାଶଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଧୀରେନ୍ଦ୍ର ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳୁକାଣ୍ଡ ପରେ ଲୋକମାନେ ଭୟରେ ଏଣେତେଣ ଦୌଡ଼ି ଥିଲେ। ଫଳରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି ଅଭିଯୁକ୍ତ ବିଜେପି ଏକ୍ସ ସର୍ଭିସମ୍ୟାନ ୟୁନିଟର ମୁଖ୍ୟ। ଏଭଳି ଘଟଣା କେଉଁଠି ଘଟିପାରେ। ଏହି ଘଟଣାରେ ଉଭୟ ପକ୍ଷରୁ ପଥର ମାଡ଼ କରାଯାଇଥିଲା। ତେଣୁ ଆଇନ ଅନୁସାରେ ଯିଏ ଦୋଷ କରିଥିବ ତା’କୁ ଦଣ୍ଡ ମିଳିବ। ତେବେ ପୋଲିସ ପୀଡ଼ିତ ବ୍ୟକ୍ତିଙ୍କ ଭାଇଙ୍କ ଅଭିଯୋଗକ୍ରମେ ୧୫ରୁ ୨୦ ଜଣଙ୍କ ନାଁରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।