ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଭାରତୀୟ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ଭନିତା ଶ୍ରୀନିବାସନ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସି ଆଜି ଭୂବନେଶ୍ୱରରେ ପହଂଚିଛନ୍ତି। ଭୂବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀମତୀ ଭନିତା ଶ୍ରୀନିବାସନ ପହଂଚିବା ପରେ ମହିଳା ମୋର୍ଚ୍ଚା ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତିଙ୍କ ସମେତ ବହୁ ରାଜ୍ୟ ପଦାଧିକାରୀ, ମହିଳା ମୋର୍ଚ୍ଚା ପଦାଧିକାରୀଗଣ ପୁଷ୍ପଗୁଚ୍ଛ ଓ ଉପଢୈାକନ ପ୍ରଦାନ କରି ଶ୍ରୀମତୀ ଶ୍ରୀନିବାସନଙ୍କୁ ସ୍ୱାଗତ ଜଣାଇଥିଲେ। ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପରୀକୁ ନ୍ୟାୟ ପାଇଁ ସେ ପଦଯାତ୍ରାରେ ସାମିଲ ହେବେ।

ମତାମତ ଦିଅନ୍ତୁ ।