ବିଜେପି ନେତାଙ୍କ ଗାଡ଼ି ଉପରକୁ ଚପଲ ମାଡ଼

କୋଲକାତା : କୋଲକାତାରେ ରୋଡ ଶୋ’ କରୁଥିବା ବିଜେପି ନେତା କୈଳାସ ବିଜୟଭର୍ଗୀୟା ଓ ମୁକଲ ରୟଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଛି।

ଖବର ଅନୁଯାୟୀ ସୋମବାର ବିଜେପି ପକ୍ଷରୁ ଦକ୍ଷିଣ କୋଲକାତାରେ ବିଶାଳ ଶୋଭାଯାତ୍ରା କରାଯାଉଥିଲା। ପୋଲିସ୍‌ର ବିନା ଅନୁମତିରେ ଏହାର ନେତୃତ୍ୱ ନେଉଥିଲେ କୈଳାସ। ଏହି ସମୟରେ ତାଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଥିବା ବେଳେ ମୁକଲ ରୟଙ୍କ ଗାଡ଼ିରେ ମଧ୍ୟ ଚପଲ ପଡ଼ିଛି। କିନ୍ତୁ କୋଲକାତା ଜୋନର ପର୍ଯ୍ୟବେକ୍ଷପ ସୋଭନ ଚାଟାର୍ଜୀଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଥିଲେ ହେଁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଚପଲ ମାଡ଼ ଘଟଣାକୁ ନେଇ ରାଜନୀତି ବୟାନବାଜୀ ମଧ୍ୟ ତୀବ୍ର ହୋଇଛି। ହେଲେ ଜଣାପଡିଛି ରୋଡ ଶୋ’ ପାଇଁ ବିଜେପି ପକ୍ଷରୁ ପୋଲିସ୍‌କୁ ଅନୁମତି ମଗାଯାଇଥିଲା। ସୋମବାର ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ରୋଡ ଶୋ’ କରିବାକୁ ପୋଲିସ୍‌ ମନା କରିଥିଲେ ହେଁ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା।

ମତାମତ ଦିଅନ୍ତୁ ।