ବିଜେପି ପୋଷ୍ଟରରେ ନୀତୀଶ ଫଟୋ ନାହିଁ

ପାଟନା : ଆସନ୍ତା ୨୮ ତାରିଖରେ ହେବ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ। ମିଳିତ ଭାବେ ବିଜେପି ଓ ଜେଡିୟୁ ନିର୍ବାଚନ ଲଢୁଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ବିଜେପି ପୋଷ୍ଟରରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଫଟୋ ନଥିବା ଦେଖିବାକୁ ମିଳିଛି। ରହିଛି କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋ। ନୀତୀଶଙ୍କ ଫଟୋ କାହିଁକି ହଟାଇ ଦିଆଗଲା ସେନେଇ ବିଜେପି କିମ୍ବା ଜେଡିୟୁ ପକ୍ଷରୁ କିଛି କୁହାଯାଇ ନାହିଁ। ଏ ସମ୍ପର୍କରେ ଜେଡିୟୁର ଜଣେ ନେତା କହିଛନ୍ତି ଏ କଥା କହିବା କଷ୍ଟକର। ମୁଁ କ’ଣ କହିପାରିବି ? ସେମାନେ (ବିଜେପି) ପରିସ୍ଥିତିକୁ ଅଧିକ ବିଗାଡ଼ି ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ମୋଦି ୩ଟି ସ୍ଥାନରେ ପ୍ରଚାର କରିଥିଲେ। ସବୁ ସ୍ଥାନରେ ନୀତୀଶ କୁମାରଙ୍କୁ ଦେଖିବାକୁ ମିଳିଥିଲା। ତେବେ ଆଗାମୀ ପ୍ରଚାର କାର୍ଯ୍ୟକ୍ରମରେ ଦୁହେଁ ଏକାଠି ପ୍ରଚାର କରିବେ କି ନାହିଁ ତାହା ଜଣାପଡ଼ିନାହିଁ।

ମତାମତ ଦିଅନ୍ତୁ ।