ବିଜେପି ପ୍ରାର୍ଥୀଙ୍କୁ ହରାଇପାରୁଥିବା ନେତାଙ୍କୁ ଭୋଟ୍‌ ଦିଅ : ସଂଯୁକ୍ତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି। ଏହି ପରିସ୍ଥିତି ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ। ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଚାଷୀମାନେ ବିଜେପି ବରୋଧରେ ପ୍ରଚାର କରିବେ।
ମଙ୍ଗଳବାର ସିଙ୍ଘୁ ସୀମାରେ ହୋଇଥିବା ଏକ ସାଧାରଣ ବୈଠକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ନିଷ୍ପତ୍ତି ନେଇଛି।

ଭାରତୀୟ କିଷାନ ସଂଘ ନେତା ବଲବୀର ଏସ ରଜେୱାଲା କହିଛନ୍ତି ପଶ୍ଚିମବଙ୍ଗ ଓ କେରଳ ସମେତ ଯେଉଁ ରାଜ୍ୟମାନଙ୍କରେ ନିର୍ବାଚନ ହେବାର ଅଛି ସେହି ରାଜ୍ୟମାନଙ୍କୁ ଚାଷୀଙ୍କ ଟିମ୍‌ ପଠାଯିବ। ଆମେ କୌଣସି ପାର୍ଟିକୁ ସମର୍ଥନ କରୁନାହୁଁ। କିନ୍ତୁ ଜନସାଧାରଣଙ୍କୁ ଅପିଲ କରିବୁ ସେହିମାନଙ୍କୁ ଭୋଟ ଦିଅନ୍ତୁ ଯେଉଁମାନେ ବିଜେପି ପ୍ରାର୍ଥୀଙ୍କୁ ହରାଇପାରିବେ। ମୋଦି ସରକାରଙ୍କର ଚାଷୀମାନଙ୍କ ପ୍ରତି ଥିବା ବିଦ୍ଵେଶକୁ ଆମେ ଜନସାଧାରଣଙ୍କୁ ବୁଝାଇବୁ ସେ କହିଛନ୍ତି।

ସୂଚନାଯୋଗ୍ୟ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଓ ଏମ୍‌ଏସ୍‌ପି ସୁନିଶ୍ଚିତ ଦାବିରେ ଦୀର୍ଘଦିନ ହେଲା ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ସ୍ଥାନର ହଜାର ହଜାର ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। କୃଷି ଆଇନ ପ୍ରତ୍ୟାହାର ଜିଦ୍‌​‌ରେ ଚାଷୀ ଅଟଳ ରହିଛନ୍ତି। ସରକାରଙ୍କ ସହିତ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ।

Leave a Reply

Your email address will not be published. Required fields are marked *

Back to top button