ବିଜେପିକୁ ଫେରିଲେ ଜୀବନ ପ୍ରଦୀପ

ବାଲେଶ୍ୱର : ବାଲେଶ୍ଵର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ବିଜେପିକୁ ଫେରିଛନ୍ତି। ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କୁ ଦଳରେ ସାମିଲ କରିଛନ୍ତି। ସେ କହିଛନ୍ତି ଶ୍ରୀ ଦାସଙ୍କ ଘରବାହୁଡ଼ା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ।

ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମାନସ କୁମାର ଦତ୍ତ, ଅଂଶୁମାନ ମହାନ୍ତି, ରାକେଶ ମଲିକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।