ବିଜେପିର ପଛ ବେଞ୍ଚ ନେତା ହୋଇଛନ୍ତି ସିନ୍ଧିଆ : ରାହୁଲ

ନୂଆଦିଲ୍ଲୀ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ପର୍କରେ କଂଗ୍ରେସର ବରିଷ୍ଠ ରାହୁଲ ଗାନ୍ଧି ମତ ରଖିଛନ୍ତି। ସେ କହିଛନ୍ତି ସିନ୍ଧିଆ କଂଗ୍ରେସ ସହିତ ଥିଲେ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ। କିନ୍ତୁ ବିଜେପିରେ ମିଶିବାରୁ ପଛ ବେଞ୍ଚରେ ବସୁଥିବା ନେତା ହୋଇଯାଇଛନ୍ତି।

ରାହୁଲ କଂଗ୍ରେସ ୟୁଥ ୱିଙ୍ଗକୁ ସମ୍ବୋଧନ କରି କହିଛନ୍ତି କଂଗ୍ରେସ କର୍ମୀଙ୍କ ସହ ମିଶି ଦଳକୁ ସାଂଗଠନିକ ସ୍ତରରେ ମଜଭୂତ କରିବା ପାଇଁ କାମ କରିବାକୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଖରେ ବିକଳ୍ପ ରହିଥିଲା। ମୁଁ ତାଙ୍କୁ କହିଥିଲି ତୁମେ ନିଶ୍ଚିତ ଗୋଟେ ଦିନ ମୁଖ୍ୟମନ୍ତ୍ରୀ ହେବ। କିନ୍ତୁ ସେ ଅଲଗା ରାସ୍ତା ବାଛି ନେଲେ। ଆଜି ମୁଁ ଲେଖିକି ଦେଉଛି ସେଠାରେ (ବିଜେପ) ସିନ୍ଧିଆ କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ହେବା ପାଇଁ ପୁଣି ସେ ଏଠାକୁ ଆସିବେ। ଏହାଛଡା ଆରଏସଏସ ବିଚାରଧାରା ବିରୋଧରେ ଲଢ଼େଇ କରିବାକୁ ରାହୁଲ କଂଗ୍ରେସର ଯୁବବର୍ଗଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button