ବିଜେପିରେ ମିଶିବେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା : ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବା ପାଇଁ ବିଜେପି ଚଳାଇଛି ଯୋଜନା। ଲୋକପ୍ରିୟ ନେତା ଓ ଅଭିନେତାଙ୍କୁ ଦଳରେ ସାମିଲ କରିବା ଚଳାଇଛି ଯୋଜନା। ପୂର୍ବରୁ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ନାଁ ଉଠିଥିଲା। ଏବେ ଯୋଡିହୋଇଛି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କ ନାମ। ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ମାର୍ଚ୍ଚ ୭ରେ ମୋଦିଙ୍କ ଉପସ୍ଥିତିରେ ମିଥୁନ ପଦ୍ମ ଧରିବେ। ଗତମାସରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ମିଥୁନଙ୍କ ସାକ୍ଷାତ ଆଲୋଚନା ହୋଇଥିଲା। ତେଣୁ ସେ ବିଜେପିରେ ଯୋଗଦେବା ନିଶ୍ଚିତ ବୋଲି ଜଣାପଡିଛି।

ସୂଚନାଯୋଗ୍ୟଯେ ପୂର୍ବରୁ ମିଥୁନ ମମତାଙ୍କ ତୃଣମୂଳ କଂଗ୍ରେସରୁ ରାଜ୍ୟସଭାକୁ ଯାଇଥିଲେ। ପଶ୍ଚିମବଙ୍ଗରେ ସେ ଏକ ଜଣାଶୁଣା ନାଁ ହୋଇଥିବାରୁ ବିଜେପି ତାଙ୍କୁ ଦଳରେ ମିଶାଇ ମମତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।

Leave a Reply

Your email address will not be published. Required fields are marked *

Back to top button