ବିଜେପିରେ ମିଶିଲେ ଧର୍ମଶାଳାର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି

ଭୁବନେଶ୍ୱର : ଧର୍ମଶାଳା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ତଥା ପୂର୍ବତନ ମୁଖପାତ୍ର ସ୍ମୃତିରେଖା ପହି ଆଜି ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି।

ବୁଧବାର ସ୍ମୃତିରେଖା ପହିଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ପାର୍ଥ ସାରଥୀ ପହି, ହୃଷି ପାଣି, ରବିନ୍ଦ୍ର ମଲ୍ଲିକ, ପୂର୍ବତନ ସରପଂଚ ଓ ବ୍ଲକ ସଭାପତି ବନମାଳୀ ରାଉତ, ବିଭୂତି ଭୂଷଣ ଜେନା, ପୂର୍ଣ୍ଣ ତରାଇ, ଅରୁଣ ଲେଙ୍କା, ହରି ମଲ୍ଲିକ, କଂଗ୍ରେସ ସଂଖ୍ୟା ଲଘୁ ନେତା ଶେଖ ମୁକ୍ତାର, ଶେଖ ଅଲ୍ଲୀମୁଦିନ, ଅଚ୍ୟୁତାନନ୍ଦ ଜେନା ଓ ଶତାଧିକ କଂଗ୍ରେସ-ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି।

ସେହିପରି ଅନୁଗୋଳ ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ଜରପଡା ଜୋନ୍ କଂଗ୍ରେସ ସଭାପତି ଚିତ୍ରସେନ ସାହୁ, ବିଜେଡି ନେତା ହୃଷିକେଶ ସାହୁ, ନିରଜଂନ ସାହୁ, କ୍ଷୀରୋଦ ପ୍ରଧାନ, ନିରାକାର ପ୍ରଧାନ, ଭୀଷ୍ମ ସାହୁ ପ୍ରମୁଖ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button