ବିଜେପିରେ ମିଶିଲେ ତିର୍ତ୍ତୋଲର ବରିଷ୍ଠ ନେତା ରାଜ କିଶୋର ବେହେରା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଡିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା।

ଶ୍ରୀ ବେହେରା ଗତକାଲି କଂଗ୍ରେସ ଛାଡିଥିଲେ। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବେହେରାଙ୍କ ସମେତ ଜଗତସିଂହପୁରର ପୂର୍ବତନ ବିଧାୟକ କୈଳାଶ ମଲ୍ଲିକ, ତିର୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, ବିରତୋଳା ସରପଂଚ ରୁକସାନା ବେଗମ୍‌, ମୁଲିସିଙ୍ଗ ସରପଂଚ ଅନ୍ନପୂର୍ଣ୍ଣା ବିଶ୍ୱାଳ, ପଂଚାୟତ ସମିତି ସଦସ୍ୟା ଜ୍ୟୋର୍ତିମୟୀ ମହାନ୍ତି, ସଂଯୁକ୍ତା ଜେନା, ରାଣୀ ଚାପେବାର, ବିରତୋଲା ନାଏବ ସରପଂଚ ଅବଦୁଲ୍ କାଦିର ଖାନ୍‌, ପୂର୍ବତନ ସମିତି ସଭ୍ୟ ଶରତ ମଲ୍ଲ, ମିନତୀ ଦଳେଇ, କଟରା ଅଂଚଳର ବରିଷ୍ଠ ନେତା ଅଶୋକ ମଲ୍ଲିକ, ମୁଲିସିଙ୍ଗ ଗ୍ରାମର ରଶ୍ମୀରଂଜନ ବିଶ୍ୱାଳ, ବିରିତୋଳା ଗ୍ରାମର ଲତିଫୁଦ୍ଦିନ, ବନବିହାରୀ ସାମଲ, ମେହେତାବ ଅଲ୍ଲୀ, ନିଆଜ ହକିମ୍‌, ସଦ୍ଦାମ ହୁସେନ୍‌, ସିକନ୍ଦର ଆଲମ ପ୍ରମୁଖ ଏବଂ ଚପଡା ଗ୍ରାମ ପୂର୍ବତନ ସରପଂଚ ଅଲେଖ ନାୟକ, ବରଗୋଳା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ବିମଳା ଜେନା, ତରିକୁନ୍ଦ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ସୁରେନ୍ଦ୍ର ରାଉତ, ବରଗୋଳା ଗ୍ରାମର ପ୍ରଦୀପ ସ୍ୱାଇଁ ପ୍ରମୁଖ ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି।

ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁ ତରାଇ, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ।

ମତାମତ ଦିଅନ୍ତୁ ।