ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧଦିବସ ପାଳିତ

0

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୨୪ ତମ ଶ୍ରାଦ୍ଧ ଦିବସ। କରୋନା କଟକଣା ଭିତରେ ଏହାକୁ ପାଳନ କରାଯାଇଛି।

ଶନିବାର ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରାଯାଇଥିଲା। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସଂପାଦକ ସଂଜୟ ଦାସବର୍ମା, ଗଣମାଧ୍ୟମ ବ୍ୟାପାର ମୁଖ୍ୟ ମାନସ ମଙ୍ଗରାଜ, ମନ୍ତ୍ରୀ ଅଶୋକ ପଣ୍ଡା, ଟୁକୁନି ସାହୁ, ବରିଷ୍ଠ ନେତା ପ୍ରଫୁଲ ସାମଲ, ଅନନ୍ତ ନାରାୟଣ ଜେନା, ପ୍ରଣବ ବଳବନ୍ତରାୟ ଓ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହି ଏହି ଦିବସ ପାଳନ କରିଛନ୍ତି।

ସେହିପରି ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି। ଓଡ଼ିଶାକୁ ନିଜ ପରିବାର ଭାବି ଜନକଲ୍ୟାଣକୁ ମୂଳମନ୍ତ୍ର କରିଥିବା ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ସେବାଭାବକୁ ତ୍ଵରାନିତ କଲେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.