ବିଲକୁ ଓଲଟିପଡ଼ିଲା ଯାତ୍ରୀବାହୀ ବସ୍ ପବନ କୁମାର

କେନ୍ଦ୍ରାପଡ଼ା : କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଜଣେ ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ଏକ ଯାତ୍ରୀବାହୀ ବସ୍ ବିଲକୁ ଓଲଟି ପଡ଼ିଛି। କିନ୍ତୁ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ। ଆହତ ଯାତ୍ରୀଙ୍କୁ କେନ୍ଦ୍ରପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁସାରେ ଗୁରୁବାର ଅପରାହ୍ନରେ ପବନ କୁମାର ନାମକ ଯାତ୍ରୀବାହୀ ବସ୍ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଆସୁଥିଲା। ବସଟି କେନ୍ଦ୍ରାପଡ଼ା ପୂର୍ବରୁ ଜମଧର ନର୍ସରୀ ନିକଟରେ ନହଙ୍ଗ ନିବାସୀ ଭୀମ ଗୋଚ୍ଛାୟତ ଘରକୁ ଫେରୁଥିବା ବେଳେ ହଠାତ ବସ ସମ୍ମୁଖକୁ ଆସିଯାଇଥିଲେ। ବସର ଚାଳକ ବ୍ରେକ୍ ଦେବାରୁ ଭୀମ ବସତଳେ ପଡ଼ିଯାଇ ସାମାନ୍ୟ ଆହତ ହୋଇଥିଲେ ହେଁ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ବସତି ରସ୍ତକଡ ବିଲକୁ ଓଲଟି ପଡିଥିଲା। ସେଥିରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କର ସହାୟତାରେ ଯାତ୍ରୀମାନଙ୍କୁ ଉଦ୍ଧାର କରଯାଇଥିଲା। ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।