ବିମଳା ମନ୍ଦିରରୁ ଭିଡିଓ କଲ : ୨ ଜଣଙ୍କ ନାଁରେ ମାମଲା

ପୁରୀ : ଶ୍ରୀମନ୍ଦିର ବିମଳା ମନ୍ଦିରରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ବ୍ରାହ୍ମଣ ପରିଚୟ ଦେଇ ଚଣ୍ଡୀପାଠ କରିବା। ଜଜମାନଙ୍କୁ ଭିଡ଼ିଓ କଲ କରି ପୂଜାର ପ୍ରମାଣ ଦେଖାଇବା ଅଭିଯୋଗ ଆଧାରରେ ସିଂହଦ୍ୱାର ଥାନା ପୋଲିସ ମାମଲା ରୁଜୁ କରିଛି। ଦୁଇ ଅଭିଯୁକ୍ତ କପିଳେଶ୍ୱରପୁର ଶାସନର ସନ୍ତୋଷ ଦାଶ ଓ ଚନ୍ଦନପୁର ବୀରବଳଭଦ୍ରପୁରର ପ୍ରଶାନ୍ତ ମହାପାତ୍ରଙ୍କୁ ପୋଲିସ ଥାନାକୁ ଆଣି ପଚରା ଉଚରା କରିବା ପରେ ନୋଟିସ ଦେଇ ଛାଡ଼ିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଶ୍ରୀମନ୍ଦିର ଭିତରର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବାକୁ ଅନୁମତି ନାହିଁ। କିନ୍ତୁ ଏହା ଜାଣି ମଧ୍ୟ ଆଜି ସକାଳେ ଉଭୟ ବ୍ରାହ୍ମଣ ବିମଳା ମନ୍ଦିରରେ ଚଣ୍ଡୀ ପାଠର ଆୟୋଜନ କରିବା ସହ ଭିଡିଓ କଲ ଜରିଆରେ ଏହାକୁ ଜଜମାନଙ୍କୁ ଦେଖାଉଥିଲେ। ଚଣ୍ଡୀପାଠର ଭିଡିଓ କଲ ଦେଖି ମା’ ବିମଳା ମନ୍ଦିରଦିର ପୂଜକ ସଦାଶିବ ପଣ୍ଡା ସିଂହଦ୍ୱାର ଥାନାରେ ଏତଲା ଦେବାରୁ ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button