ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସବୁ ପାସ୍‌‌

0

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବନି କିମ୍ବା କ୍ଲାସ୍ ହେବନି। ଏହି ଶ୍ରେଣୀର ସବୁ ଛାତ୍ରଛାତ୍ରୀ ପାସ୍। ଗତବର୍ଷ ପରି ଏଥର ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲୁଥିବାରୁ ସେମାନେ ଅଫଲାଇନ୍‌ ପରୀକ୍ଷା ଦେବେ।

ଗଣଶିକ୍ଷାମନ୍ତ୍ରୀ କହିଛନ୍ତି କରୋନା ଯୋଗୁ ପୂରା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଫଲାଇନ୍‌ରେ କୌଣସି ଶିକ୍ଷା ଗ୍ରହଣ କରି ନାହାନ୍ତି। ଅନଲାଇନ୍‌ ପାଠପଢ଼ା ସେବା ସବୁଠି ଫଳପ୍ରଦ ହୋପାରିନାହିଁ। ତେଣୁ ପରୀକ୍ଷା କରିବା ଅସମ୍ଭବ। ଯେଉଁପରି ଗତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦିଆଯାଇଥିଲା ଚଳିତ ବର୍ଷ ସେହି ଢାଞ୍ଚା ଆପଣାଯିବ।

ଏବେ ନବମ, ଦଶମ, ଏକାଦଶ, ଦ୍ୱାଦଶ କ୍ଲାସ ଚାଲିଛି। ପିଲାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିଛନ୍ତି। ତେଣୁ ଅଫଲାଇନ୍‌ ପରୀକ୍ଷା ଦେବାରେ କିଛି ଅସୁବିଧା ନାହିଁ। ସିବିଏସ୍‌ଇ ଏପ୍ରିଲରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଘୋଷଣା କରିସାରିଛି। ରାଜ୍ୟ ସରକାର ଏ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସ୍କୁଲ ଖୋଲାଯାଇପାରିବ ନାହିଁ। ଜୁନ୍‌ ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ପୁଣିଥରେ ବଢୁଥିବାରୁ ବୋଧହୁଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ବିପଦପୂର୍ଣ୍ଣ ବୋଲି ହୃଦୟଙ୍ଗମ କରାଯାଉଛି।

Leave A Reply

Your email address will not be published.