ବିରଳ ଧଳା ପେଚା ଉଦ୍ଧାର

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ବାଇପାସ ରୋଡ଼ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ ଏକ ବିରଳ ଧଳା ପେଚା ଉଦ୍ଧାର ହୋଇଛି।
ଖବର ଅନୁଯାୟୀ ଏହି ଧଳା ପେଚାଟି ଏକ ଗାଡ଼ିରେ ଧକ୍କା ଖାଇ ଛଟପଟ ହେଉଥିଲା। ସେଠାରେ ଉପସ୍ଥିତ ସ୍ଥାନୀୟ ଅଞ୍ଚଳର ଲୋକମାନେ ତାକୁ ଉଦ୍ଧାର କରି ନୀଳଗିରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ନୀଳଗିରି ରେଞ୍ଜର ମନୱର ଖାଁ ସୂଚନା ଦେଇଛନ୍ତି।