ବିରଳ ପ୍ରଜାତିର ଇଗଲ ପକ୍ଷୀ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା କୁସାସିଂହା ଗ୍ରାମରୁ ଏକ ବିରଳ ପ୍ରଜାତିର ଇଗଲ ପକ୍ଷୀ ଉଦ୍ଧାର ହୋଇଛି। ଏହାର ଲମ୍ବ ଦେଢ଼ ଫୁଟ, ଉଚ୍ଚତା ଏକ ଫୁଟ ଓ ଓଜନ ପ୍ରାୟ ୨ କିଲୋଗ୍ରାମ। ପକ୍ଷୀଟିର ବୟସ ୪ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ଏହାର ନାମ କ୍ରେଷ୍ଟେଡ ସରପେଣ୍ଟ ଇଗଲ। ସବୁ ଇଗଲ ପକ୍ଷୀ ପ୍ରାୟତଃ ଶିକାରୀ ହୋଇଥିବା ବେଳେ ଏହି ଇଗଲ ମୁଖ୍ୟତଃ ସରୀସୃପ ମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ତେବେ ଉଦ୍ଧାର ହୋଇଥିବା ଏହି ବିରଳ ଇଗଲକୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀମାନେ ଚିକିତ୍ସା ପରେ ସୁସ୍ଥ ଥିବା ଜାଣି ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦେଇଛନ୍ତି। ଏହି ପକ୍ଷୀ ଆଣ୍ଡାମାନରେ ଦେଖିବାକୁ ମିଳିଥାଏ।

ମତାମତ ଦିଅନ୍ତୁ ।