ବିରଳ ଉଡନ୍ତା ଗୁଣ୍ଡୁଚି

ଡେରାଡୁନ୍ : ଗୁଣ୍ଡୁଚି ମୂଷା ଉଡିପାରେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ଏହି ବିରଳ ପ୍ରଜାତିର ଜୀବ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଗବେଷକମାନେ ଏହାକୁ ଠାବ କରିଛନ୍ତି। ଜୀବଟିର ନାଁ ହେଉଛି ଉଲ୍ଲୀ ଉଡନ୍ତା ଗୁଣ୍ଡୁଚି। ୭୦ ବର୍ଷ ପୂର୍ବେ ଆଇୟୁସିଏନ ବିରଳ ପ୍ରଜାତିରେ ଏହାକୁ ଅନ୍ତର୍ଭୁକ୍ତ କରିଛି। ଏହି ଗୁଣ୍ଡୁଚିକୁ ରାଜ୍ୟର ଆହୁରି ୧୩ରୁ ୧୮ଟି ଜଙ୍ଗଲରେ ଠାବ କରାଯାଇଛି। ଓ୍ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କହିବା ଅନୁସାରେ ଏହି ବିରଳ ଗୁଣ୍ଡୁଚି ଭାଗିରଥ ଭ୍ୟାଲ୍ଲୀରେ ଦେଖାଯାଆନ୍ତି। ଏହାର କିଛି ଫଟୋ ମଧ୍ୟ ରହିଛି। ଉଡିବା ବେଳେ ଏହି ଜୀବ ଡେଣାକୁ ପାରାଚ୍ୟୁଟ୍ ଭଳି ବ୍ୟବହାର କରି ଉଡିଥାଏ।

ମତାମତ ଦିଅନ୍ତୁ ।