ବିରିୟାନୀକୁ ନେଇ ଗଣ୍ଡଗୋଳ

ଭଦ୍ରକ : ବିରିୟାନୀ ଖାଇବାକୁ କେନ୍ଦ୍ର କରି ଭଦ୍ରକ ଧୂଷୁରୀ ଥାନା ଅଞ୍ଚଳର ଜଗନ୍ନାଥ ସାହି ଗ୍ରାମରେ ଦୁଇ ପକ୍ଷଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଉଭୟ ପକ୍ଷର ୬ ଜଣରୁ ଅଧିଳ ଆହତ ହୋଇଥିବା ବେଳେ ୫ଟି ବାଇକ୍ ମଧ୍ୟ‌ ଭାଙ୍ଗିଥିବା ଜଣାପଡିଛି।

ଖବର ଅନୁଯାୟୀ ଜଗନ୍ନାଥ ସାହି ଗ୍ରାମରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି ହୁଏ। ଗତକାଲି ସେଠାକୁ କେତେକ ଯୁବକ ପହଞ୍ଚି ବିରିୟାନୀ ବାସି ହୋଇଯାଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ଘଟଣାର ସମଧାନ ପାଇଁ ବୈଠକ ବସିଥିଲା। ତେବେ ସେଠାରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଉଭୟ ପକ୍ଷ ଯୁବକ ପରସ୍ପରକୁ ଟେକା ପଥର ଫିଙ୍ଗିବା ସହିତ ବାଡ଼ିରେ ପିଟା ପିଟି ହୋଇଥିଲେ। ଏଥିରେ ଉଭୟ ପକ୍ଷଙ୍କ ଘରଦ୍ୱାର ଭାଙ୍ଗିବା ସହ ୫ଟି ବାଇକ୍‌ ଭାଙ୍ଗିରୁଜି ଯାଇଛି। ବାଡ଼ି ଓ ଟେକାପଥରରେ ଆକ୍ରମଣ ଯୋଗୁଁ ଉଭୟ ପକ୍ଷର ୬ ଜଣରୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।