ବିଷାକ୍ତ ମାଛ : ଗୋଟିଏ ବୁନ୍ଦା ବିଷରେ ଚାଲିଯିବ ଅନେକ ଜୀବନ

ବିଶ୍ଵର ସବୁଠାରୁ ବିଷାକ୍ତ ସାପ ହେଉଛି କୋବ୍ରା। ଯାହାର ଦଂଶନରେ ବଞ୍ଚିବା ଅସମ୍ଭବ ହୋଇପଡେ। କିନ୍ତୁ ଏହାଠାରୁ ଆହୁରି ମାଛ ଅଛନ୍ତି। ଏହି ମାଛର ବିଷ ଏତେ ପ୍ରଖର ଯାହାର ଗୋଟିଏ ବୁନ୍ଦା ଅନେକଙ୍କୁ ମୃତ୍ୟୁ ଆଡକୁ ଟାଣିନେଇ ପାରିବ।

ଷ୍ଟୋନ୍ ଫିଶ୍ – ଏହି ମାଛ ପଥର ଭଳି ଦେଖାଯାଏ। ଏହାକୁ ଛୁଇଁବା ମାତ୍ରେ ମୃତ୍ୟୁ ହୋଇପାରେ। ସେଥିପାଇଁ ସମୁଦ୍ର କୂଳରେ ଚେତାବନୀ ଲେଖାଯାଇଥାଏ ଯଦି ଆପଣଙ୍କୁ ଏପରି ଜୀବ ଦେଖାଯାଏ ତେବେ ତୁରନ୍ତ ଖସି ଆସି ନିଜ ଜୀବନ ବଞ୍ଚାନ୍ତୁ। ଷ୍ଟୋନ୍ ଫିଶ୍ ବିଶ୍ଵରେ ମକର ରେଖା ଆଖପାଖରେ ଥିବା ସମୁଦ୍ରରେ ଦେଖିବାକୁ ମିଳିଥାଏ। ପଥର ଭଳି ହୋଇଥିବାରୁ ଏହି ମାଛଟିକୁ ଚିହ୍ନି ପାରି ଲୋକେ ମୃତ୍ୟୁବରଣ କରନ୍ତି।

ଷ୍ଟୋନ୍ ଫିଶ୍ ଉପରେ ଯଦି ଭୁଲରେ ଗୋଡ଼ ପଡ଼ିଯାଏ ତେବେ ସେହି ଓଜନ ମାତ୍ରାରେ ନ୍ୟୁରୋଟୋକ୍ସିନ୍ ବିଷ ନିର୍ଗତ କରିଥାଏ। ଏହି ବିଷରେ ଯଦି କୌଣସି ଅଙ୍ଗ ପ୍ରଭାବିତ ହୁଏ ତେବେ ଜୀବନ ବଞ୍ଚାଇବା ପାଇଁ ତାହାକୁ ତୁରନ୍ତ କାଟିଦେବା ଉଚିତ୍। ନଚେତ୍ ମୃତ୍ୟୁ ସୁନିଶ୍ଚିତ। ଅନ୍ୟ ମାଛଙ୍କ ଠାରୁ ଏହି ମାଛ ଅଲଗା ହୋଇଥିବା ବେଳେ ସବୁଠୁ ଏହା ବିଷାକ୍ତ। ଏହାକୁ ଛୁଇଁବା ମାତ୍ରେ ୦.୫ ସେକେଣ୍ଡରେ ବିଷ ଛାଡ଼ି ଦେଇଥାଏ। ଏହି ମାଛର ଗୋଟିଏ ବୁନ୍ଦା ବିଷ ବହୁ ସଂଖ୍ୟକ ଲୋକ ବା ଏକ ସହରକୁ ଧ୍ଵଂସ କରିଦେବା ପାଇଁ ଯଥେଷ୍ଟ ହୋଇଥାଏ।

ମତାମତ ଦିଅନ୍ତୁ ।