ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ

ଉଜ୍ଜୟୀନ : ମଧ୍ୟପ୍ରଦେଶର ଉଜ୍ଜୟୀନରେ ବିଷାକ୍ତ ମଦ ପିଇ ଦୁଇଦିନ ମଧ୍ୟରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମଧ୍ୟପ୍ରଦେଶ ସରକାର ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି।

ଖବର ଅନୁଯାୟୀ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଅଧିକାଂଶ ଲୋକ ବାସହୀନ। ସେମାନଙ୍କର ପରିବାରରେ କେହି ନାହାନ୍ତି। ସେମାନେ ରାସ୍ତା କଡ଼ରେ ରହିଥାଆନ୍ତି। ଉଜ୍ଜୟୀନ ରାଜ୍ୟପାଳ ଅଶୀଷ ସିଂହ କହିଛନ୍ତି ବୁଧବାର ସନ୍ଧ୍ୟାରେ କିଛି ଲୋକ ଅସୁସ୍ଥତା ଅନୁଭବ କରି ବିଭିନ୍ନ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୧ ଜଣଙ୍କର ମୃତ୍ୟୁ ଘଟିବାରୁ ସେମାନେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ବିଷାକ୍ତ ମଦ ଯୋଗାଣ ପଛରେ କୌଣସି ରାକେଟ ସକ୍ରିୟ ରହିଛି କି ନାହିଁ ପୋଲିସ ତଦନ୍ତ ଚଳାଇଛି।

ମତାମତ ଦିଅନ୍ତୁ ।