ବିଷାକ୍ତ ମଦ ପିଇ ୧୧ ମୃତ

ଭୋପାଳ : ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ସୁମଓ୍ୱାଲି ସେକ୍ଟରରୁ ମଦ ମୃତ୍ୟୁ। ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ହୋଇଥିବା ୭ ଜଣକୁ ମୋରେନା ଓ ଗ୍ୱାଲିଅର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଏସପି ଅନୁରାଗ ସୁଜଇନା ସୂଚନା ଦେଇଛନ୍ତି।

ଖବର ଅନୁୟାୟୀ ଦୁଇଟି ଗ୍ରାମର ମୃତକମାନେ ମଦ ପିଇବା ପରେ ବାନ୍ତି କରିଥିଲେ। ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ପହୱାଲି ଗାଁର ତିନି ଜଣ ଓ ମୋରେନାର ମନପୁର ଗ୍ରାମର ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ନେବାବେଳେ ୧୦ ଜଣ ଓ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ୭ ଜଣ ଚିକିତ୍ସାଧୀନ ଅଛନ୍ତି।

ମତାମତ ଦିଅନ୍ତୁ ।