ବିଷାକ୍ତ ମଦ ପିଇ ୧୧ଜଣଙ୍କ ମୃତ୍ୟୁ

ଆଲିଗଡ : ବିଷାକ୍ତ ମଦ ପିଇ ଉତ୍ତରପ୍ରଦେଶର ଆଲିଗଡରେ ୧୧ ଜଣଙ୍କ ମୃତ୍ୟୁ ‌ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଆଲିଗଡ଼ ଏଚପି ଗ୍ୟାସ ପ୍ଲାଣ୍ଟର ଟ୍ରକ ଚାଳକ। ଲୋଧା ଥାନା ଅଞ୍ଚଳର କରସୁଆ, ନିମାନା, ହୈବତପୁର, ଅଣ୍ଡାଲା ଗ୍ରାମରେ କିଛି ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ବେଳେ ଅନେକ ଲୋକଙ୍କ ଅବସ୍ଥା‌ ଗମ୍ଭୀର ରହିଛି। ସେମାନଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଆଲିଗଡ଼ର ଜିଲ୍ଲାଅଧିକାରୀ ଚନ୍ଦ୍ର ଭୂଷଣ ସିଂହ ସୂଚନା ହେଲା ଶୁକ୍ରବାର ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୃତକମାନେ ଗ୍ରାମରେ ଥିବା ଦେଶି ମଦ ଭାଟିରୁ ମଦ ପିଇଥିଲେ। ଏହି ମଦ ଭାଟିକୁ ସିଲ୍ କରିଦିଆଯାଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.