ବିଷାକ୍ତ ମଦ ପିଇ ୨୧ଜଣଙ୍କ ମୃତ୍ୟୁ

ଅମୃତସର : ବିଷାକ୍ତ ମଦ ପିଇ ୨୧ ଜଣଙ୍କର ମୃତ୍ୟୁ। ଏହି ଘଟଣା ପଞ୍ଜାବର ଅମୃତସର ବଟାଲା ଓ ତରନତାରନରେ ଘଟିଛି।

ଏ ସମ୍ପର୍କରେ ସୂଚନା ଦେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି ବିଷାକ୍ତ ମଦ ଘଟଣାରେ ଜୁନ୍‌ ୨୯ ତାରିଖ ରାତିରେ ମୁଚ୍ଛଲ ଓ ତଙ୍ଗ୍ରାରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିଲା। ୩୦ ତାରିଖ ସନ୍ଧ୍ୟାରେ ମୁଚ୍ଛଲରେ ସନ୍ଦେହଜନକ ପରିସ୍ଥିତିରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ମୁଚ୍ଛଲ ଗ୍ରାମରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବଟାଲା ସହରରେ ପ୍ରଥମେ ଦୁଇ ଜଣ ଓ ଆଜି ୫ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ତରନତାରନରେ ୪ଜଣଙ୍କ ମୃତ୍ୟୁ ଘଟିଛି।

ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ଘଟଣାର ଏକ ମାଜିଷ୍ଟ୍ରେଟ ସ୍ତରୀୟ ଯାଞ୍ଚର ନିର୍ଦ୍ଦେଶ ଦେଇଛନ୍ତି। ଏହି ଯାଞ୍ଚ ଦାୟିତ୍ୱ ଜଲନ୍ଧର ଡିଭିଜନାଲ କମିଶନରଙ୍କୁ ଦିଆଯାଇଛି। ତଦନ୍ତରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ ସେ କହିଛନ୍ତି।

ମତାମତ ଦିଅନ୍ତୁ ।