ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ

ଭୁବନେଶ୍ଵର : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ମନୋଜ ଦାସଙ୍କର ଉଭୟ ଈଂରାଜୀ ଓ ଓଡ଼ିଆ ସାହିତ୍ୟରେ ଅତୁଳନୀୟ ଅବଦାନ ରହିଛି।

ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିବା ମନୋଜ ଦାସ ଓଡ଼ିଶାର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ। ଦୀର୍ଘବର୍ଷ ଧରି ସେ ସାହିତ୍ୟ ସାଧନାରେ ବ୍ରତୀ ରହିବା ସହ ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ବିଶ୍ଵବବିଦ୍ୟାଳୟରେ ବରିଷ୍ଠ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ। ଦେଶର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିଦ୍‌ ମନୋଜ ଦାସ ନିଜର ସାଧନା ପାଇଁ ଲାଗି ବହୁ ପୁରସ୍କାର ଓ ସମ୍ମାନ ପ୍ରାପ୍ତ କରିଛନ୍ତି। ସେ ଅନେକ କାଳଜୟୀ ଓଡ଼ିଆ ଉପନ୍ୟାସ ରଚନା କରିଥିବା ବେଳେ ସେଥିମଧ୍ୟରୁ ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ ଓ ଲକ୍ଷ୍ମୀର ଅଭିସାର ଆଦି ଅନ୍ୟତମ।

Leave a Reply

Your email address will not be published. Required fields are marked *

Back to top button