ବିଶ୍ୱର ଶ୍ରେଷ୍ଠ ୨୫ ଜଣଙ୍କ ମଧ୍ୟରେ ଭାରତର ୫ ମହିଳା

ବେଙ୍ଗାଲୁରୁ : ଖବର ସରବରାହ ପୋର୍ଟାଲ ‘ଦ ଆଇଟି ସର୍ଭିସେସ୍‌ ରିପୋର୍ଟ’ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୨୫ ଜଣ ମହିଳା ନେତୃତ୍ୱକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଭାରତୀୟ ଆଇଟି ଶିଳ୍ପର ୫ ଜଣ ଅଧିକାରୀ ସ୍ଥାନ ପାଇଛନ୍ତି। ଏହି ୫ ଜଣ ଭାରତୀୟଙ୍କ ମଧ୍ୟରେ ଟାଟା ସନ୍ସର ଗ୍ରୁପ୍‌ ଚିଫ୍‌ ଡିଜିଟାଲ ଅଧିକାରୀ ଆରତି ସୁବ୍ରମଣ୍ୟନ୍‌ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ଇନ୍‌ଫୋସିସ୍‌ର ଗ୍ରୁପ୍‌ ଜେନେରାଲ କାଉନ୍‌ସେଲ୍‌ ଓ ଚିଫ୍‌ କମ୍ପ୍ଲିଆନ୍ସ ଅଫିସର ଇନ୍ଦରପ୍ରୀତ ସାହାଣି ଷଷ୍ଠ ସ୍ଥାନରେ ରହିଛନ୍ତି। ଶୀର୍ଷରେ ଆସେଞ୍ଚର ସିଇଓ ଜୁଲି ସ୍ୱିଟ୍‌ ରହିଥିବା ବେଳେ ଏଚ୍‌ସିଏଲ୍‌ ଅଧ୍ୟକ୍ଷା ରୋଶନି ନାଦାର ମଲ୍‌ହୋତ୍ରା ଅଷ୍ଟମ ସ୍ଥାନରେ ରହିଛନ୍ତି। ଜେନ୍‌ପାକ୍ଟର ଗ୍ଲୋବାଲ ଟ୍ରାନ୍ସଫର୍ମେସନ୍‌ ସର୍ଭିସେସ୍‌ ମୁଖ୍ୟ ରିଜୁ ବଶିଷ୍ଟ ୧୪ ତମ ସ୍ଥାନରେ ଓ ୱିପ୍ରୋର ମୁଖ୍ୟ ବିପଣନ ଅଧିକାରୀ ଲୌରା ଲାଙ୍ଗ୍‌ଡନ୍‌ ୨୦ ତମ ସ୍ଥାନରେ ରହିଛନ୍ତି। କମ୍ପାନି ପ୍ରତି ଅବଦାନକୁ ଦୃଷ୍ଟିରେ ରଖି ଏହି ମହିଳା ଅଧିକାରୀମାନଙ୍କୁ ସ୍ଥାନିତ କରାଯାଇଛି। ଅଭିଜ୍ଞତା, ପେସାଗତ ସଫଳତା ଓ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ର‌୍ୟାଙ୍କିଂ ଦିଆଯାଇଛି।

ମତାମତ ଦିଅନ୍ତୁ ।