ବିଶ୍ଵରୁ କରୋନା ନେଇଛି ୧୧୪୫୮୪୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ୨୦୧୯ ଡିସେମ୍ବରରୁ ଚୀନ୍‌ରେ ଆରମ୍ଭ ହୋଇଥିବା କରୋନା ବିଶ୍ଵକୁ ବ୍ୟାପିଥିଲା। ଏହି ପ୍ରାଣଘତୀ ଭାଇରସ୍ ଦ୍ଵାରା ପ୍ରାୟ ୪୨ ନିୟୁତ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟୂନ ୧୧୪୫୮୪୭ ନେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରବିବାର ପର୍ଯ୍ୟନ୍ତ ସମଗ୍ର ବିଶ୍ଵରେ ଅନ୍ୟୂନ ୪୨,୨୬୨,୨୯୦ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ସେଥିରୁ ୨୮, ୭୫୪,୯୦୦ ଜଣ ସୁସ୍ଥ ହୋଇଛନ୍ତି।
ସିଏସ୍‌ଏସ୍‌ଇ ତଥ୍ୟ ହେଲା ବିଶ୍ଵରେ ସବୁଠୁ ଅଧିକ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ସେଠାରେ ୮,୫୭୧,୯୪୩ ସଂକ୍ରମିତ ହୋଇଥିବା ବେଳେ ୨୨୪,୭୭୧ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମଣ ମାମଲାରେ ଦ୍ଵିତୀୟ ସ୍ଥାନରେ ରହିଛି ଭାରତ। ଆଜିର ଆଇସିଏମ୍‌ଆର୍‌ ତଥ୍ୟ ଅନୁଯାୟୀ ମୋଟ୍‌ ୭, ୮୬୪, ୮୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧୮,୫୩୪ରେ ପହଞ୍ଚିଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଆଧାରରେ ବ୍ରାଜିଲ ରହିଛି ଦ୍ଵିତୀୟ ସ୍ଥାନରେ। ସେଠାରେ ୧୫୬,୯୦୩ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଅଧିକ ସଂଖ୍ୟକ ସଂକ୍ରମଣ ୧୫ଟି ଦେଶ ମଧ୍ୟରେ ରହିଛି ବ୍ରାଜିଲ୍‌ ୫୩ ଲକ୍ଷ, ରୁଷ୍‌ ୧୪ ଲକ୍ଷ, ଫ୍ରାନ୍ସ୍ ୧୦ ଲକ୍ଷ, ଆର୍ଜେଣ୍ଟିନା ୧୦ ଲକ୍ଷ, ସ୍ପେନ୍ ୧୦ ଲକ୍ଷ, କଲମ୍ବିଆ ୧୦ ଲକ୍ଷ, ମେକ୍ସିକୋ ୮.୮୬ ଲକ୍ଷ, ପେରୁ ୮.୮୩ ଲକ୍ଷ, ଇଂଲଣ୍ଡ ୮.୫୭ ଲକ୍ଷ, ଦକ୍ଷିଣ ଆଫ୍ରିକା ୭.୧୪ ଲକ୍ଷ, ଇରାନ୍ ୫.୬୨ ଲକ୍ଷ, ଇରାନ୍ ୫.୬୨ ଲକ୍ଷ, ଇଟାଲି ୫.୦୪ ଲକ୍ଷ, ଚିଲି ୫ ଲକ୍ଷ, ଇରାକ୍ ୪.୪ ଲକ୍ଷ ଓ ଜର୍ମାନି ୪. ୨୭ ଲକ୍ଷ। ଏହାଛଡ଼ା ୧୦ ହଜାରରୁ ଅଧିକ ମୃତ୍ୟୁ ସଂଖ୍ୟାଥିବା ଦେଶମାନଙ୍କ ମଧ୍ୟରେ ମେକ୍ସିକୋ, ଇଂଲଣ୍ଡ୍‌, ଇଟାଲି, ସ୍ପେନ୍, ଫ୍ରାନ୍ସ, ପେରୁ, ଇରାନ୍, କଲମ୍ବିଆ, ଆର୍ଜେଣ୍ଟିନା, ରୁଷ୍‌, ଦକ୍ଷିଣ ଆଫ୍ରିକା, ଚିଲି, ଇଣ୍ଡୋନେସିଆ, ଇକ୍ବାଡର୍‌, ବେଲ୍‌ଜିଅମ୍, ଇରାକ୍ ଓ ଜର୍ମାନି ରହିଥିବା ରିପୋର୍ଟରେ ଦର୍ଶଯାଇଛି।

ମତାମତ ଦିଅନ୍ତୁ ।