ବିଜେଡ଼ିର ୧୫ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ଵ

ଭୁବନେଶ୍ୱର: ବିଜେଡି ସୁପ୍ରେମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୫ ଜଣ ନେତାଙ୍କୁ ସାଙ୍ଗଠନିକ ନୂଆ ଦାୟିତ୍ଵ ଦେଇଛନ୍ତି। ଏହି ନେତାମାନଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

ବୁଧବାର ବିଜେଡ଼ି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବାରିଷ୍ଠ ନେତା ନୃସିଂହ ସାହୁଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ଵ ଦିଆଯାଇଛି। ସେହିପରି ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ସିଂହଦେଓ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୋସିଆଲ ୱେଲଫେୟାର, ଅରୁଣ କୁମାର ସାହୁ ଓ ରୋହିତ ପୂଜାରୀ କଳା, ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ଵ ବୁଝିବେ। ଅତନୁ ସବ୍ୟସାଚୀ ନାୟକଙ୍କୁ ମୋ ପରିବାର, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆଙ୍କୁ ପରିବେଶ, ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା, ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମଙ୍କୁ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ଵ, ଶଶୀଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଏବଂ ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ଦାୟିତ୍ଵ ମିଳିଛି।

ମତାମତ ଦିଅନ୍ତୁ ।