ବିଜେପି ନେତାଙ୍କ ଉପରେ ବୋମାମାଡ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ତୀବ୍ର ହେବାରେ ଲାଗିଛି । ଏଠାରେ ପୁଣି ରାଜୈନିତକ ଦଳର ନେତା ଆକ୍ରମଣର ଶିକାର ହୋଇଛନ୍ତି । ବିଜେପି ନେତା ଫିରୋଜ୍ କମଲ ଗାଜୀ ଓରଫ୍ ବାବୁଙ୍କ ଉପରେ ଆକ୍ରମଣ ହୋଇଛି । ଶନିବାର ସନ୍ଧ୍ୟାରେ ସେ ତାଙ୍କ ଗାଡିରେ ଯାଉଥିବା ବେଳେ ଟିଏମସି କର୍ମୀ ବୋମାମାଡ କରିଥିବା ଅଭିଯୋଗ ହୋଇଛି ।

ଏହି ଆକ୍ରମଣରେ ବିଜେପି ନେତା ଫିରୋଜ ଗୁରୁତର ହୋଇଛନ୍ତି । ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି । ଏହାମଧ୍ୟରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଫିରୋଜଙ୍କୁ ହସ୍ପିଟାଲରେ ଭେଟିଛନ୍ତି।

ସୂଚନାନୁସାରେ, ବସନ୍ତୀ ରାଜପଥରେ କେହି ଅଜଣା ଦୁର୍ବୃତ୍ତ ଫିରୋଜଙ୍କ କାର୍ ଉପରେ ବୋମାମାଡ କରିଥିଲେ । ଏଥିରେ ତାଙ୍କ କାର୍ କ୍ଷତିଗ୍ରସ୍ତ ହେବା ସହ ସେ ମଧ୍ୟ ଗୁରୁତର ହୋଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଏହି ବୋମାମାଡ ପଛରେ ଟିଏମସି ନେତାଙ୍କ ହାତ ଥିବା ଅଭିଯୋଗ ହୋଇଛି । ଫିରୋଜ ୨୪ ପ୍ରଗଣା ଜିଲ୍ଲାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଇ କୋଲକାତା ଫେରୁଥିଲେ । ଏହି ସମୟରେ ରାଜପଥ ଉପରେ ତାଙ୍କ କାର୍ ଉପରେ ବୋମାମାଡ ହୋଇଥିଲା । ଫିରୋଜ ଉତ୍ତର ୨୪ ପ୍ରଗଣାର ବଶୀରହାଟର ଜଣେ ଟାଣୁଆ ନେତା ଅଟନ୍ତି । ନିକଟରେ ସେ ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ସାମିଲ ହେବା ପୂର୍ବରୁ ସେ ଟିଏମସିର ଜଣେ ପ୍ରଭାବଶାଳୀ ନେତା ଥିଲେ ।

Leave a Reply

Your email address will not be published. Required fields are marked *

Back to top button