ବ୍ଲକ ଶିକ୍ଷା ଅଧିକାରୀଙ୍କ ଗାଡ଼ିରୁ ଟଙ୍କା ଜବତ

ସମ୍ବଲପୁର : କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ନାୟକଙ୍କ ଗାଡ଼ିରୁ ଭିଜିଲାନ୍ସ ୯୯ ହଜାର ୯୫୦ଟଙ୍କା ଜବତ କରିଛି। ଖବର ଅନୁଯାୟୀ ଆଜି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନାୟକ କୁଚିଣ୍ଡାରୁ ସମ୍ବଲପୁର ଯାଉଥିବା ବେଳେ ସାତକମ ବ୍ରିଜ ନିକଟରେ ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କ ଗାଡ଼ିକୁ ଅଟକାଇ ଟଙ୍କା ଜବତ କରିଥିଲେ। ତାଙ୍କ କୁଚିଣ୍ଡା ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ, ନିଜଘର ଗାଇସିଲେଟ ଓ ଶ୍ୱଶୁର ଘର ବିଜେପୁର ଆଦି ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହାଛଡା ବ୍ଲକ ଶିକ୍ଷା ଅଧିକାରୀ ଗାଡ଼ିରେ ଟଙ୍କା ନେଇ କୁଆଡେ ଯାଉଥିଲେ ତାହାର ତଦନ୍ତ ଚାଲିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।