ବ୍ଲୁ ଡାର୍ଟ ଏକ୍ସପ୍ରେସ ଲିମିଟେଡ ପକ୍ଷରୁ ଜାନୁଆରୀ ପହିଲାରୁ ମୂଲ୍ୟବୃଦ୍ଧି ଘୋଷଣା

ମୁମ୍ବାଇ / ଭୁବନେଶ୍ୱର : ଦକ୍ଷିଣ ଏସିଆର ଅଗ୍ରଣୀ ଏକ୍ସପ୍ରେସ ବିମାନ ଓ ସମନ୍ୱିତ ପରିବହନ ତଥା ଆବଣ୍ଟନ ଏକ୍ସପ୍ରେସ ଲଜିଷ୍ଟିକ୍ସ କମ୍ପାନୀ ବ୍ଲୁ ଡାର୍ଟ ଏକ୍ସପ୍ରେସ ଲିମିଟେଡ ଆସନ୍ତା ଜାନୁଆରୀ ୧ତାରିଖରୁ ଲାଗୁ ହେବାକୁ ଥିବା ସାଧାରଣ ମୂଲ୍ୟବୃଦ୍ଧି ସମ୍ପର୍କରେ ଘୋଷଣା କରିଛି। ହାରାହାରି ମାଲ ପରିବହନ ଶୁଳ୍କ ୨୦୨୦ ତୁଳନାରେ ୯.୬% ବୃଦ୍ଧିପାଇବ ଓ ଏହା ପଣ୍ୟ ପରିବହନର ପ୍ରକାର ଉପରେ ନିର୍ଭର କରିବ ବୋଲି କୁହାଯାଇଛି।

ବ୍ଲୁ ଡାର୍ଟର ପରିଚାଳନା ନିର୍ଦ୍ଦେଶକ ବାଲ୍‌ଫର ମାନୁଏଲ୍ ମୂଲ୍ୟବୃଦ୍ଧି ଘୋଷଣା ସମ୍ପର୍କରେ କରି କହିଛନ୍ତି “ଶିଳ୍ପର ବିବିଧ ବର୍ଗରେ ବ୍ଲୁ ଡାର୍ଟ ବହୁପ୍ରକାରର ସରଳିକୃତ ସମାଧାନ ଯୋଗାଇ ଦେଉଛି । ରାଷ୍ଟ୍ରପାଇଁ ଏକ ବାଣିଜ୍ୟ ସୁଗମକାରୀ ଭାବରେ ଆମ ଭୂମିକାକୁ ସାକାର କରି ଆମର ଟିମ୍‍ ମହାମାରୀ ସମୟରେ ପ୍ରତିଟି ଦିନ କାର୍ଯ୍ୟ କରିଛନ୍ତି। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଯୋଗାଣ ଶୃଙ୍ଖଳ ଯେଭଳି କାର୍ଯ୍ୟକ୍ଷମ ରହିପାରିବ ସେହି ଲକ୍ଷ୍ୟ ହାସଲକୁ ନିଶ୍ଚିତ କରିଛନ୍ତି । ଆମେ ନୂତନ ସ୍ୱାଭାବିକତାକୁ ଗ୍ରହଣ କରୁଥିବା ବେଳେ ବ୍ଲୁ ଡାର୍ଟ ଗ୍ରାହକଙ୍କ ଅନୁଭୂତିରେ ନିରନ୍ତର ଉନ୍ନତିସାଧନ ଓ ସେଥିରେ ବୃଦ୍ଧି ଘଟାଇବା ନିମନ୍ତେ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଛନ୍ତି।

ବ୍ଲୁ ଡାର୍ଟର ସିଏମ୍‍ଓ ତଥା ବିଜନେସ ଡେଭଲପମେଣ୍ଟ ହେଡ୍‍ କେତନ କୁଲକର୍ଣ୍ଣି କହିଛନ୍ତି ଏକ୍ସପ୍ରେସ ଲଜିଷ୍ଟିକ୍ସ ଶିଳ୍ପରେ ଅଗ୍ରଣୀ ସ୍ଥାନରେ ରହିଥିବା ବ୍ଲୁ ଡାର୍ଟ ପରିବର୍ତ୍ତନଶୀଳ ପରିବେଶରେ କାରବାର ଚଳଚଞ୍ଚଳ ଓ ଗ୍ରହଣୀୟ ହେବା ପାଇଁ କୌଶଳାତ୍ମକ କ୍ଷେତ୍ରରେ ନିବେଶ କରିଛି । ସେଥିମଧ୍ୟରେ ଏହା ଅଧିକରୁ ଅଧିକ ସ୍ଥଳରେ ପହଞ୍ଚିବା, ପରିବହନ ସମୟରେ ଉନ୍ନତି, ନେଟୱାର୍କର ଯଥାସମ୍ଭବ ଅଧିକ ଉପଯୋଗ, ଭିତ୍ତିଭୂମି ଓ ପ୍ରଯୁକ୍ତିଗତ ସମାଧାନ ବ୍ୟବସ୍ଥା କାର୍ଯ୍ୟକାରୀ ଏବଂ ନୂତନ ବଜାରସମୂହ, ଏସ୍‌ଏମଇ ତଥା ଅନ୍ୟ ପ୍ରମୁଖ କ୍ଷେତ୍ରଗୁଡିକ ଉପରେ ଦୃଷ୍ଟିନିବଦ୍ଧ କରିବା ଆଦି ଅନ୍ତର୍ଭୁକ୍ତ। ଦେଶର ଇ-କମର୍ସ, ଜୀବବିଜ୍ଞାନ ଓ ସ୍ୱାସ୍ଥ୍ୟଯତ୍ନ, ଯାନବାହନ, ଉପଭୋକ୍ତା ଇଲେକଟ୍ରୋନିକ୍ସ, ବ୍ୟାଙ୍କିଙ୍ଗ / ଆର୍ଥିକ ସେବା ଓ ବୀମା ଆଦି ବିବିଧ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥାଗୁଡିକ ପାଇଁ ବ୍ଲୁ ଡାର୍ଟ ଏକ ପସନ୍ଦଯୋଗ୍ୟ ସେବାଯୋଗାଣକାରୀ ହୋଇପାରିଛି।

ମତାମତ ଦିଅନ୍ତୁ ।