ବୋହୁ ନିର୍ଯ୍ୟାତନା ସହି ନପାରି ଶାଶୂର ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର : ଆଜି ସନ୍ଧ୍ୟାରେ ଜଗତସିଂହପୁର ସହରର ହାଟ ବଡପୋଲ ଉପରୁ ଜଣେ ବୃଦ୍ଧମହିଳା ନାଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରିଛନ୍ତି।

କବର ଅନୁଯାୟୀ ବୃଦ୍ଧା ଜଣଙ୍କ ଘର ଆଳିପିଙ୍ଗଳ ଅଞ୍ଚଳର ଅଢଙ୍ଗ ଗ୍ରାମରେ। ନାମ ରେବତୀ ବେହେରା। ତାଙ୍କୁ ବୋହୂ ଦୀର୍ଘଦିନ ହେଲା ନିର୍ଯୀତନା ଦେଇଆସୁଥିଲେ। ଏହା ଚରମ ସୀମାରେ ପହଂଚିଲାବାରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ରେବତୀ ଆଜି ଅପରାହ୍ନ ୫ଟା ସମୟରେରେ ନାଳ ପୋଲ ଉପରୁ ନାଳକୁ ଡେଇଁ ପଡିଥିଲେ। ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ପାଣିରେ ବୁଡି ଭାସି ଯାଉଥିଲା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକ ଲିପକ ଦାସ ପାଣିକୁ ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ବୃଦ୍ଧାଙ୍କୁ ୧୦୮ ଆମ୍ବୁଲାସ୍ନ ଯୋଗେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ପଠାଯାଇଥିଲା।

ମତାମତ ଦିଅନ୍ତୁ ।