ବୋହୂର ଅବୈଧ ସମ୍ପର୍କ ପାଇଁ ଶାଶୁର ଜୀବନ ଗଲା

ନୂଆଦିଲ୍ଲୀ : ବୋହୂର ଅବୈଧ ସମ୍ପର୍କ ବିଷୟରେ ଜାଣିବାରୁ ଶାଶୁର ଜୀବନ ଯାଇଛି। ପ୍ରେମିକ ସହ ମିଶି ଶାଶୁକୁ ହତ୍ୟା କରିଛି ବୋହୂ। ଏପରି ଘଟଣା ମହାରାଷ୍ଟ୍ରରେ ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ରାଧା ଲାକେ ଓ ଦୀପକ ମାନେକୁ ବୋରିବଲି ମହାତ୍ମା ଫୁଲେ ଅଞ୍ଚଳରୁ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ ରାଧାର ଦୀପକ ସହିତ ପ୍ରେମ ସମ୍ପର୍କ ରହିଥିଲା। ଶାଶୁ ସାଲୁବାଇ ଦୁଇଜଣଙ୍କୁ ଦିନେ ଆପତ୍ତିଜନକ ଅବସ୍ଥାରେ ଦେଖି ପୁଅକୁ କହିଦେବେ ବୋଲି କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ରାଧା ଓ ଦୀପକ ଦୁହେଁ ସାଲୁବାଇଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ।

ମତାମତ ଦିଅନ୍ତୁ ।