ବୋଲେରୋରୁ ୯୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର : ବୋଲେରୋରେ ଗଞ୍ଜେଇ ଚାଲାଣ। ଖସିଯିବା ପାଇଁ ୧୬ଟି ନମ୍ବର ପ୍ଲେଟ ବ୍ୟବହାର ହେଉଥିଲା। ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ଆଜି ଏହି ବୋଲେରୋରୁ ୯୩ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫ କରିଛି।

ଖବର ଅନୁଯାୟୀ ଖୋର୍ଦ୍ଧା-କଟକ ବାଇପାସ୍ ରାସ୍ତାରେ ବୋଲେରୋଟି ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗ ଭରତପୁର ଅଞ୍ଚଳରେ ବୋଲେରୋକୁ ଅଟକାଇଥିଲା। ସେଥିରୁ ରହିଥିବା ୪ରୁ ଅଧିକ ସିକ୍ରେଟ ଚାମ୍ବରରେ ଛୋଟ ଚୋଟ ପ୍ୟାକେଟରେ ରହିଥିବା ଗଞ୍ଜେଇକୁ ଜବତ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।